ଗତ ଚବିଶ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣରେ 35 ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି । ଯଦିଓ ସଂକ୍ରମଣ ହାର ପୂର୍ବାପେକ୍ଷା ହ୍ରାସ ପାଇଛି । ଗତ ଚବିଶ ଘଣ୍ଟାରେ 7,188 ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସଂକ୍ରମିତଙ୍କ ମଧ୍ୟରୁ 4,026 ଜଣ କ୍ବାରେଣ୍ଟିନରୁ ଏବଂ 3162 ଜଣ ଲୋକାଲ କେସ୍ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 1134 ଜମଙ୍କୁ ଚିହ୍ନଟ କରାଯାଇଛି । କଟକର 690, ଅନୁଗୁଳରୁ 515, ପୁରୀ 457 ଓ ଯାଜପୁର ଜିଲ୍ଲାରୁ 406 ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେହିପରି ଦେଶରେ ଆଜି 3,617 ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । 2, 84, 601 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା କୁହାଯାଉଛି । ଦିନକରେ 1 ଲକ୍ଷ 73 ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here