ଏହି ଛେଳିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଏହି ଛେଳିର ଦାମ ରହିଛି ୮ ଲକ୍ଷ ଟଙ୍କା । ବିଶ୍ୱାସ ହେଉନି ନା । ଆଗ୍ୟା ହଁ ଉତ୍ତରପ୍ରଦେଶର ହମିରପୁରରେ ଏହି ଛେଳିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଛେଳିକୁ ଏହାର ମାଲିକ ରାଜସ୍ଥାନରୁ କିଣିଥିଲେ । ଆଉ ଏହାର ଲାଳନ ପାଳନ ଏପରି ଭାବେ କଲେ ଯେ, ୧୯ ମାସ ଭିତରେ ଛେଳିଟିର ଓଜନ ବଢି ୨୨୦ କେଜିରେ ପହଁଞ୍ଚିଛି । ମାଲିକ ଅବ୍ରାରଙ୍କ କହିବାନୁଯାଇ, ପ୍ରତିଦିନ ସେ ଛେଳିକୁ କାଜୁ, ଆଲମଣ୍ଡ, କିସମିସ୍ ଓ ଅନ୍ୟାନ୍ୟ ଡ୍ରାଏ ଫୁଡସ ଖାଇବାକୁ ଦିଅନ୍ତି । ଏବଂ ପ୍ରତିଦିନ ଏକଘଣ୍ଟା ମସାଜ କରିଥାନ୍ତି । ଯେଉଁଥିପାଇଁ ଏହାର ଓଜନ ଏତେ ବଢିଛି । ଆସନ୍ତା ୧୧ ଏବଂ ୧୨ରେ ବକ୍ରିଦ ପାଳିବେ ମୁସଲିମ ସମ୍ପ୍ରଦାୟ । ବଳିଦାନର ପର୍ବଭାବେ ବେଶ୍ ଆଡମ୍ବରର ସହକାରେ ଏହାକୁ ପାଳନ କରାଯାଏ । ପରମ୍ପରା ଅନୁଯାଇ ବକ୍ରିଦ୍ ପୂର୍ବରୁ ଛେଳି କିଣାବିକା ଜୋରସୋରରେ ହୋଇଥାଏ । ଆଉ ଏଥିପାଇଁ ବଜାର ମଧ୍ୟ ସରଗରମ ରହିଛି । ଆଉ ଏବେ ଏହି ଛେଳିକୁ ୮ଲକ୍ଷରେ ବିକ୍ରି କରିବେ ବୋଲି କହିଛନ୍ତି ମାଲିକ ।

LEAVE A REPLY

Please enter your comment!
Please enter your name here