ରାୟଗଡା : ଓଡିଶାରେ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ରାଷ୍ଟ୍ର ନିର୍ମାଣ ଅଭିଯାନ । ଦିଲ୍ଲୀରେ କେଜରିୱାଲ ସରକାରଙ୍କ ବିକାଶର ରୋଲ ମଡେଲକୁ ଓଡିଶାର ଘରେ ଘରେ ପହଞ୍ଚାଇବ ପାଇଁ ଆମ୍ ଆଦମୀ ପାର୍ଟୀ କରିବ ରାଷ୍ଟ୍ର ନିର୍ମାଣ ଅଭିଯାନ । ଏହି ଅଭିଯାନ ଫେବୃୟାରୀ ୨୩ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୩ ତାରିଖରେ ଶେଷ ହେବ । ଦିଲ୍ଲୀରେ ସରକାର ଗଠନ ହେବାପରେ ବର୍ତ୍ତମାନ ସୁଦ୍ଧା ମୋବାଇଲ ଫୋନ୍‌ରେ ମିସକଲ୍ ମାଧ୍ୟମରେ ୧୧ ଲକ୍ଷ ଲୋକ ଦଳ ସହ ଯୋଡି ହୋଇଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଆମ୍ ଆଦ୍‌ମୀ ପାର୍ଟୀ ରାଜ୍ୟ ଶାଖା ସଂଗଠନର ସଂପାଦକ ଜନ୍ମୋଜୟ ସ୍ୱାଇଁ ସୂଚନା ଦେଇଛନ୍ତି । ଆସସନ୍ତା ୨୩ ତାରିଖରୁ ରାୟଗଡା ଜିଲ୍ଲାର ବିଭିନ୍ନ ପ୍ରାନ୍ତକୁ ଯାଇ ଦଳୀୟ କର୍ମୀମାନେ ଘରେ ଘରେ ପହଞ୍ଚି ଦିଲ୍ଲୀର କେଜରିୱାଲ ସରକାରଙ୍କ ବିକାଶ ମୂଳକ କାଯ୍ୟ ସଂକ୍ରାନ୍ତରେ ଲୋକମାନଙ୍କୁ ବୁଝାଇବେ । ଏବଂ ଆଗାମୀ ଦିନରେ ଏକ ସଶକ୍ତ ଓଡିଶା ନିର୍ମାଣ ପାଇଁ ଉଦ୍ୟମ କରାଯିବ ବୋଲି ଆପ୍ ପକ୍ଷରୁ କୁହାଯାଇଛି ।

ଋିପୋର୍ଟ ସ୍ମୃତି ରଞ୍ଜନ ମହାନ୍ତି, ରାୟଗଡା

LEAVE A REPLY

Please enter your comment!
Please enter your name here