କଣ ହୋଇଥିଲା କୁଲ୍ ହୋମରେ ?

କୁଲ୍ ହୋମ୍ । ବ୍ଲକ – ଇ । ଫ୍ଲାଟ ନଂ -203 ।

ମମିତା ହତ୍ୟା ଘଟଣାର ପ୍ରଚ୍ଛଦପଟ୍ଟ ସତ୍ୟକୁ ନେଇ ପୋଲିସ ଚୁପ୍ ରହିଥିବା ବେଳେ ବିରୋଧୀ ଘଟଣା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ଖୋଳତାଡ ଜାରି ରଖିଛନ୍ତି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ମମିତା ହତ୍ୟା ଘଟଣା ପୂର୍ବରୁ ରାୟପୁରରେ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଲ୍ ହୋମରେ ବୈଠକ ହୋଇଥିବା କହିଥିଲେ । ଯେଉଁ ବୈଠକରେ ଗୋବିନ୍ଦ ସାହୁ ଓ ମମିତା ମେହେର ଉପସ୍ଥିତ ଥିଲେ । ମମିତା ଓ ଗୋବିନ୍ଦ ସାହୁ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କୁଆଡେ ଏହି କୁଲ୍ ହୋମରେ ବସି ମଧ୍ୟସ୍ଥତା କରିଥିଲେ । ତେବେ ବିରୋଧୀ ଦଳର ଦୁଇ ବରିଷ୍ଠ ନେତାଙ୍କ ଅଭିଯୋଗ ପରେ କୁଲ୍ ହୋମରେ କଣ ଘଟିଥିଲା, ସେସଂପର୍କରେ ନା ପୋଲିସ କିଛି କହୁଛି ନା ମନ୍ତ୍ରୀ ଦିବ୍ୟଶଙ୍କର କିଛି ସଫେଇ ଦେଉଛନ୍ତି । ମମିତା ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସିଧାସଳଖ ସଂପର୍କ ନ ଥିଲେ ବି ପରୋକ୍ଷ ସଂପୃକ୍ତି ଥିବା ନେଇ ବିରୋଧୀ ଆରୋପ ଲଗାଇଛନ୍ତି । ଯେଉଁଥିପାଇଁ ନିଜେ ଦିବ୍ୟଶଙ୍କର ବି ଚୁପ୍ ରହୁଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବିରୋଧୀଙ୍କ ତୁମ୍ବିତୋଫାନ ସତ୍ତ୍ବେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ମୁଡ୍ ରେ ନାହାଁନ୍ତି ନବୀନ ।

LEAVE A REPLY

Please enter your comment!
Please enter your name here