କଟକ ମେୟର ଭାବରେ ଶପଥ ନେଇଛନ୍ତି ସୁବାସ ସିଂ । ଏଥିସହିତ ନବ ନିର୍ବାଚିତ କର୍ପୋରେଟର ମଧ୍ୟ ଶପଥ ପାଠ କରିଛନ୍ତି । ଚଳିତ ପୌର ନିର୍ବାଚନରେ ମେୟର ଭାବରେ କଟକ ମହାନଗର ନିଗମରୁ ସୁବାସ ସିଂ ବିଜୟ ଲାଭ କରିଥିଲେ । ତେବେ କଟକରେ ୩୮ ଜଣ ବିଜେଡି କର୍ପୋରେଟର , କଂଗ୍ରେସର ୮, ବିଜେପିର ୭ ଏବଂ ୬ ଜଣ ସ୍ୱାଧୀନ କର୍ପୋରେଟର ବିଜୟ ହୋଇଛନ୍ତି । ଆଜି କଟକରେ ଡେପୁଟି ମେୟର ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନରେ କଂଗ୍ରେସ, ବିଜେପି କର୍ପୋରେଟର ମାନେ ଭାଗ ନେବେ ନାହିଁ ବୋଲି ଜଣାପଡିଛି । ଡେପୁଟି ମେୟର ନିର୍ବାଚନ ପାଇଁ କଟକ ସହିଦ ଭବନରେ ବନ୍ଦୋବସ୍ତ ହୋଇଛି ।

LEAVE A REPLY

Please enter your comment!
Please enter your name here