ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଟିମର ଦମଦାର ପ୍ରଦର୍ଶନ । ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ୍ । କ୍ୱାର୍ଟର ଫାଇନାଲରେ ତିନି ତିନି ଥର ଚାମ୍ପିୟନ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ଭାରତ ସେମିରେ ପ୍ରବେଶ କରିଛି । ଖେଳର ପ୍ରଥମର୍ଦ୍ଧରେ କେହି ଗୋଲ ଦେଇନଥିବାବେଳେ ଦ୍ୱିତୀୟର୍ଦ୍ଧରେ ଭାରତ ପକ୍ଷରୁ ଗୁରୁଜିତ କୌର ସ୍କୋର କରିଥିଲେ । ପୂର୍ବରୁ ପୁରୁଷ ହକିରେ ସେମିଫାଇନାଲରେ ମଧ୍ୟ ଭାରତ ପହଁଞ୍ଚିସାରିଛି । ମହିଳା ହକି ଟିମ୍ ସେମିରେ ପହଁଞ୍ଚିବା ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହିଳା ହକି ଦଳ ବିଜୟ ଅଭିଯାନ ବଜାୟ ରଖୁ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here