ଅଧର୍ମ ଉପରେ ଧର୍ମ ଏବଂ ପାପ ଉପରେ ପୂଣ୍ୟ ଅର୍ଜନ କରିବାର ଦିବସ ବିଜୟା ଦଶମୀ । ନବ ଦିନାତ୍ମକ ପୂଜାର ଶେଷ ପର୍ଯ୍ୟାୟ, ପୀଠ ହେଉ କି ମଣ୍ଡପ, ସବୁଠି ଭକ୍ତି ଓ ଶ୍ରଦ୍ଧାର ପରିବେଶ । ଦିନ ତମାମ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ । ସକଳ ଶକ୍ତିର ଉତ୍ସ ମା ଦଶଭୁଜାଙ୍କ ଆଶିଷ ଲାଭ ପାଇଁ ଭକ୍ତଙ୍କ ମନରେ ବ୍ୟଗ୍ରତା ବାରି ହୋଇପଡୁଥିଲା ସ୍ପଷ୍ଟ ଭାବେ । ଆଜି ଦଶମିରେ ସୂର୍ଯ୍ୟପୂଜା ହୋମ, ଓ ଅପରାଜିତା ପୂଜା ସମ୍ପର୍ଣ ହୋଇଛି । ତା ସହ କିଛି ସ୍ଥାନରେ ମାଙ୍କ ଘଟ ବିସର୍ଜନ ବି କରାଯାଇଛି । ଆସନ୍ତାକାଲି ଅନୁଷ୍ଠିତ ହେବ ଭସାଣି । ବିଜୟା ଦଶମୀ ଅବସରରେ ଆଜି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ବଙ୍ଗୀୟ ପରମ୍ପରାର ଝଲକ । ସିନ୍ଦୁର ଖେଳର ପରମ୍ପରା ଦେଖିବାକୁ ମିଳିଥିଲା । ସେପଟେ ବିଜୟା ଦଶମୀ ଅବସରରେ ଆଜି ମହାପ୍ରଭୁଙ୍କର ସୁନାବେଶ ଅନୁଷ୍ଠିତ ହୋଇଛି । ଶ୍ରୀଜିଉଙ୍କ ରାଜ ରାଜେଶ୍ୱରୀ ବେଶ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ବେଶ୍ ଜମିଥିଲା ।

LEAVE A REPLY

Please enter your comment!
Please enter your name here