ପୁଣି ସାନି ଡେଥ ଓାରେଣ୍ଟ ଜାରି କଲା ଦିଲ୍ଲୀ ପତିଆଲା କୋର୍ଟ I ମାର୍ଚ୍ଚ 20 ତାରିଖ ସକାଳ ସାଢେ ପାଂଚଟାରେ ଫାସି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ I ଚତୁର୍ଥ ଥର ପାଇଁ ଏହି ଡେଥ୍ ଓାରେଣ୍ଟ ଜାରି କରିଛନ୍ତି କୋର୍ଟ I ନିର୍ଭୟା ମାମଲାର ଚାରି ଦୋଷୀଙ୍କୁ ଫାଶି ଦେବାକୁ କୋର୍ଟ ପୂର୍ବରୁ ତିନିଥର ମୃତ୍ୟୁ ପରଓାନା ଜାରି କରିଥିଲେ ବି ଆଇନଗତ ଦିଗ ଦର୍ଶାଇ ଦୋଷୀଙ୍କ ଓକିଲ ଫାଶି ତାରିଖ ଘୁଞ୍ଚାଇବାକୁ ସଫଳ ହୋଇଥିଲେ I ତେବେ ଚାରିଜଣ ଯାକ ଦୋଷୀଙ୍କ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ଖାରଜ ହେବା ପରେ ବି ଆହୁରି ଆଇନଗତ ଦିଗ ବାକି ରହିଛି ବୋଲି ଓକିଲ ଏ.ପି.ସିଂହ କହିଛନ୍ତି I ଅନ୍ୟପକ୍ଷରେ ନିର୍ଭୟାଙ୍କ ମା ଆଶା ଦେବୀ ଦୋଷୀଙ୍କ ଫାଶି ତାରିଖ ଘୋଷଣା ହୋଇଥିବାରୁ ଏଥରକ ସେମାନଙ୍କୁ ଫାଶି ଦିଆଯିବା ନେଇ ଆଶାବାଦୀ ଅଛନ୍ତି I