ଆଗକୁ ନିର୍ବାଚନ ଆସୁଥିବାରୁ ସରକାରଙ୍କର ମନେପଡିଲା ଆଦିବାସୀଙ୍କ କଥା । ପାଞ୍ଚବର୍ଷ ପରେ ରାଜ୍ୟ ସରକାର ଆଜି ଆଦିବାସୀ ପରାମର୍ଶଦାତା କମିଟି ବୈଠକ ଡାକି ଆଦିବାସୀଙ୍କ ପାଇଁ କିଛି ଘୋ,ଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଯେକୌଣସି ସରକାରୀ ଶିକ୍ଷାନୁଷ୍ଠାନରେ ସାଧାରଣ ଡିଗ୍ରୀ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚାହୁଁଥିବା ଗରିବ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ପଚାଶ ହଜାର ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି । ସେହିପରି ‘ହୋ’, ‘ସଉରା’ ଓ ‘କୁଇ’ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବାକୁ ନିଷ୍ପତ୍ତି ହୋଇଛି । କେନ୍ଦ୍ର ସରକାରଙ୍କର ଅନୁସୂଚିତ ଜନଜାତି ତାଲିକାରେ ଓଡ଼ିଶାର ରାଣା/ରୋଣା, ବୋଣ୍ଡୋ, ପିଭିଟିଜି, ମାଲି ଓ କୁଲି ସଂପ୍ରଦାୟକୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ବୈଠକରେ ସୁପାରିଶ କରାଯାଇଛି । ଓଡ଼ିଶା ଅନୁସୂଚିତ ଜନଜାତି ତାଲିକାର-୪୯ରେ ଥିବା ‘ମିର୍ଦ୍ଧାସ’ ସହ ‘ମିର୍ଦ୍ଧା’ଙ୍କୁ ଅନ୍ତର୍ଭୁକ୍ତ ପାଇଁ ସୁପାରିଶ କରାଯାଇଛି । ଉପଜିଲ୍ଲାପାଳଙ୍କ ଲିଖିତ ଅନୁମତିରେ ସିଡ୍ୟୁଲ ଏରିଆରେ ଆଦିବାସୀମାନେ କୃଷି, ଆବାସିକ ଗୃହ ନିର୍ମାଣ, ପିଲାଙ୍କ ଉଚ୍ଚଶିକ୍ଷା, ସ୍ୱନିଯୁକ୍ତି, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରୀ ଆର୍ଥିକ ପ୍ରତିଷ୍ଠାନରେ ନିଜର ଜମିକୁ ବନ୍ଧକ ରଖି ଅବା ଲିଜ୍ ସୂତ୍ରରେ ଋଣ ନେଇପାରିବେ । ଯଦି ଉପଜିଲ୍ଲାପାଳ ଅନୁମତି ନ ଦିଅନ୍ତି, ସମ୍ପୃକ୍ତ ବ୍ୟକ୍ତି ୬ମାସ ମଧ୍ୟରେ ଜିଲ୍ଲାପାଳଙ୍କ ପାଖରେ ଆବେଦନ କରିପାରିବେ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here