ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ପତ୍ନୀ ହସିନ ଜହାମ ନିଜର ରାଜନୈତିକ ଇନିଂସ ଆରମ୍ଭ କରିଛନ୍ତି । ସେ ମୁମ୍ଵାଇ କଂଗ୍ରେସ କମିଟିର ଅଧ୍ୟକ୍ଷ ସଞ୍ଜୟ ନିରୁପମଙ୍କ ଉପସ୍ଥିତିରେ ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଛନ୍ତି । କିଛି ମାସ ପୂର୍ବରୁ ପତି ମହମ୍ମଦ ସାମିଙ୍କ ସହିତ ବିବାଦ କାରଣରୁ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ । ୨୭ ବର୍ଷୀୟ ସାମିଙ୍କ ଉପରେ ଜହାମ ଗୁରୁତର ଅଭିଯୋଗ ଲଗାଇଥିଲେ । ଘରୋଇ ହିଂସା, ବିବାହ ପରେ ପରକିୟା ପ୍ରୀତିଠୁ ନେଇ ମ୍ୟାଚ୍ ଫିକ୍ସିଂ ପର୍ୟ୍ୟନ୍ତ ଅଭିଯୋଗ କରିଥିଲେ ପତ୍ନୀ ହସିନ । ହସିନ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ ଜଣେ ପାକିସ୍ତାନୀ ଯୁବତୀଙ୍କ ସହିତ ସାମିଙ୍କ ସଂପର୍କ ଅଛି । ଏସବୁ ମାମଲାର ବର୍ତ୍ତମାନ ତଦନ୍ତ ଜାରି ରହିଛି । ମାତ୍ର ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ବିସିସିଆଇ ସାମିଙ୍କୁ କ୍ଲିନ ଚିଟ୍ ଦେଇଛି । ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ବିସିସିଆଇ ସାମିଙ୍କୁ ନୂତନ ଚୁକ୍ତିରେ ସାମିଲ କରିଥିଲା।

ହସିନ କହିଛନ୍ତି, ମୁଁ ସାମିଙ୍କ ପାଇଁ ନିଜର କ୍ୟାରିୟର ଛାଡ଼ି ଦେଲି ମାତ୍ର ସେ ମୋତେ ଛାଡ଼ି ଦେଲେ । ମୁଁ ପୁର୍ନବାର ଲୋକପ୍ରିୟତା ହାସଲ କରିବା ପାଇଁ ପରିଶ୍ରମ କରୁଛି। ଝିଅର ଉଜ୍ଜ୍ଵଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ମୋତେ ଏସବୁ କରିବାକୁ ପଡ଼ିଛି।

LEAVE A REPLY

Please enter your comment!
Please enter your name here