ଆମର ସାମାଜିକ ଅଧୋପତନ ଏତେ ତଳକୁ ଚାଲିଗଲାଣି ଯେ, ଆମେ ଆଉ ସ୍ଥାନ, କାଳ, ପାତ୍ର କିଛି ବାଛ ବିଚାର କରୁନାହୁଁ . ଦେଶର ନିୟମ କାନୁନ ବି କିଛି କରିବା ସମ୍ଭବ ନୁହେଁ. ଏମିତି ଏକ ଘଟଣା ଘଟିଛି ବେଙ୍ଗାଲୁରୁ ଠାରୁ 260 କି.ମି ଦୂରରେ ଦକ୍ଷିଣ କର୍ଣ୍ଣାଟକରେ ଦାଭନଗିରି ସହରରେ. ଜଣେ ମହିଳା ବ୍ୟାଙ୍କକୁ ଋଣ ପାଇଁ ଯାଇଥିଲେ. ମାତ୍ର ବ୍ୟାଙ୍କ ମ୍ୟାନେଜର ଋଣ ପ୍ରତିବଦଳରେ ମହିଳାଙ୍କ ଠାରୁ ଶାରିରୀକ ସୁଖ ପାଇବାକୁ ଚାହିଁଥିଲେ. ତା ପରର ଘଟଣା ହେଉଛି ଏହି ଦୃଶ୍ୟ . ଦୃଶ୍ୟଟି ଏପରି ଯେ, ଜଣେ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଉପରେ ଠେଙ୍ଗା ମାଡ କରୁଥିବା ନଜର ଆସିଛି. ଖାଲି ଠେଙ୍ଗାମାଡ ନୁହେଁ, ତାଙ୍କ ହାତକୁ ଯାହା ଆସୁଛି,ସେଥିରେ ସେ ପିଟୁଛନ୍ତି. ଘଟଣା ହେଉଛି, 15 ଲକ୍ଷ ଋଣ ପାଇଁ ମହିଳା ଜଣକ ବ୍ୟାଙ୍କ ମ୍ୟାନେଜରଙ୍କ ସହ କଥାବାର୍ତ୍ତା କରିଥିଲେ. ହେଲେ ମ୍ୟାନେଜର ଜଣକ କହିଥିଲେ, ଯଦି ତୁମେ ମୋ ସହ ଶାରୀରିକ ସଂପର୍କ ରଖିବ ତାହାଲେ ତୁମକୁ ଅତି ସହଜରେ ଋଣ ମିଳିଯିବ. ପରେ ମ୍ୟାନେଜରଙ୍କ ଏହି ଅଫର ତାଙ୍କୁ ଅତି ମହଙ୍ଗା ପଡିଛି. ମହିଳା ତାଙ୍କୁ ରୋଡ୍ ଉପରକୁ ଆଣି ସାର୍ଟ କଲର ଭିଡି ଚାପୁଡା ମାରିଛନ୍ତି. ଆଉ ଠେଙ୍ଗାରେ ଧୂମ୍ ପିଟିଥିବା ନଜର ଆସିଛି ଓ ପରେ ଏହି ମାମଲା ଥାନାରେ ଦାଏର ହୋଇଛି.

LEAVE A REPLY

Please enter your comment!
Please enter your name here