ଥାନାରେ ପଶିଲେ ଯିଏ ସାମ୍ନାକୁ ଆସିଲା ତାକୁ ଗୋଡେଇ ଗୋଡେଇ ପିଟିଲେ । ଏମିତିକି ପୋଲିସକୁ ତଳେ ପକାଇ ମାଡ ମାରିଲେ । ଆଦିବାସୀଙ୍କ ଘରେ ରାତି ଅଧିଆ ଚଢାଉ କରି ଗିରଫ ସହିତ ମିଥ୍ୟା ମାମଲା ରୁଜୁ ପ୍ରତିବାଦରେ ତାତିଲେ ଆଦିବାସୀ । ଶହ ଶହ ଆଦିବାସୀ ଥାନା ଘେରାଉ କରିବା ସହିତ ପୋଲିସକୁ ଆକ୍ରମଣ କରିଛନ୍ତି । ଗଜପତି ଜିଲ୍ଲା ଅଡବା ଥାନା ପୋଲିସ ଗତକାଲି ଝରଣପୁର ଗାଁରେ ରାତି ଅଧିଆ ଚଢାଉ କରି ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇଥିଲା । ଏହାର ପ୍ରତିବାଦରେ ଆଜି ୬ ଖଣ୍ଡ ପଞ୍ଚାୟତର ଶତାଧିକ ଆଦିବାସୀ ମହିଳା ଏବଂ ପୁରୁଷ ମାନେ ଥାନା ସମ୍ମୁଖରେ ପ୍ରତିବାଦ କରିବା ସହିତ ତୁରନ୍ତ ମାମଲା ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here