ଜଗତସିଂହପୁର ଜିଲ୍ଲାର ବିକାଶ ପାଇଁ ପ୍ରତିବଦ୍ଧତାର ସହ କାମ କରିବା ଉପରେ ଗୁରୁତ୍ବ ଦେଇଛି ଜଗତସିଂହପୁର ଜିଲ୍ଲା ଉନ୍ନୟନ ପରିଷଦ. ନିଜ ଭିତରେ ମତଭେଦ ଭୁଲି ଏକାଠି ହେବାକୁ ଆହ୍ବାନ ଦେଇଛି ପରିଷଦ. ଚନ୍ଦ୍ରଶେଖରପୁର ବିଡିଏ କଲୋନିରେ ଅନୁଷ୍ଠିତ ଉନ୍ନୟନ ପରିଷଦ ବୈଠକରେ ଜିଲ୍ଲାର ବହୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଯୋଗଦେଇ ରାଜନୈତିକ ମତଭେଦ ଯୋଗୁ ଜଗତସିଂହପୁର ଜିଲ୍ଲାର ଗୌରବମୟ ପରିଚୟ ହଜିଯ଼ିବାକୁ ବସିଲାଣି ବୋଲି ମତ ପୋଷଣ କରିଥିଲେ. ଶ୍ରୀଗଙ୍ଗାଧର ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପରିଷଦର ମୁଖ୍ୟପ୍ରବକ୍ତା ତଥା ଉପାଧ୍ୟକ୍ଷ ଅଶୋକ କୁମାର ସ୍ବାଇଁ ଐକ୍ୟବଦ୍ଧ ଭାବେ କାର୍ଯ୍ୟ କରିବାକୁ ଆଦ୍ବାନ ଦେଇଥିଲେ. ମହାସଚିବ ତଥା ବିଶିଷ୍ଟ କର୍ମଚାରୀ ନେତା ପ୍ରଭାତ ମହାନ୍ତି ଯୋଗ ଦେଇଥିଲେ. ପରିଷଦର ମହାସଚିବ ଶ୍ରୀ ମହାନ୍ତି କହିଥିଲେ, ଦୀର୍ଘବର୍ଷ ଧରି ଜଗତସିଂହପୁର ଜିଲ୍ଲା ରାଜନୈତିକ ଇଚ୍ଛାଶକ୍ତି ଓ ସମନ୍ବୟର ଭାବରୁ ପରିଚୟ ହରାଇବାକୁ ବସିଛି. କୋଷାଧ୍ୟକ୍ଷ ଶ୍ରୀ ଗୌରାଙ୍ଗ ବିଶ୍ବାଳ ଧନ୍ୟବାଦ ଦେଇଥିଲେ.

LEAVE A REPLY

Please enter your comment!
Please enter your name here