ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ମୋଦି ଓଡିଶାର କୁନି ଦେହୁରୀ ଓ ଭୁବନେଶ୍ୱର ଆଇଆଇଟିର ପଦକ୍ଷେପକୁ ପ୍ରଶଂସା କରିଛନ୍ତି । କେନ୍ଦୁଝରର କୁନି ଦେହୁରୀ ସୌର ଶକ୍ତି ସହାୟତାରେ ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ସୌର ଶକ୍ତି ସହାୟତାରେ ରିଲିଂ ମେସିନ ଚଳାଇ ସୂତା ଉତ୍ପାଦନ କରୁଛନ୍ତି କୁନି । ଭୁବନେଶ୍ୱର ଆଇଆଇଟିର ଏକ ଟିମ୍ ପୋର୍ଟେବୁଲ ଭେଣ୍ଟିଲେଟର ଉଦ୍ଭାବନ କରଥିବାରୁ ଏହାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ବ୍ୟାଟେରି ଚାଳିତ ଏହି ପୋର୍ଟେବୁଲ ଭେଣ୍ଟିଲେଟର ନବଜାତ ଶିଶୁଙ୍କ ଚିକିତ୍ସା ପାଇଁ ବ୍ୟବହାର ହୋଇପାରିବ । ବିଶେଷକରି ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ନେଉଥିବା ଶିଶୁଙ୍କ ଚିକିତ୍ସା ପାଇଁ ଏହି ଭେଣ୍ଟିଲେଟର ସହାୟକ ହୋଇପାରିବ । ପ୍ରତି ରବିବାର ଶେଷ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ୍ କାର୍ଯ୍ୟକ୍ରମ କରିଥାନ୍ତି । ଆଜି ଥିଲା ଏହାର ୯୪ ତମ ସଂସ୍କରଣ ।

LEAVE A REPLY

Please enter your comment!
Please enter your name here