ସାମ୍ବାଦିକ ଅରିନ୍ଦମଙ୍କ ଅକାଳ ଦେହାନ୍ତ ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି । ଏପରିକି କେତେକ ବ୍ୟକ୍ତି ଅରିନ୍ଦମଙ୍କ ପରିବାରକୁ ଆର୍ଥିକ ସହାୟତା ଦରକାର ବୋଲି କହି ଓଡିଶାବାସୀଙ୍କଠୁ ସହାୟତା ମାଗୁଛନ୍ତି । ତେବେ ଏସବୁ ପ୍ରଚାର ନ କରିବା ପାଇଁ ଏବଂ ଏଭଳି ଅପପ୍ରଚାରରେ ବିଶ୍ବାସ ନ କରିବାକୁ ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସାନଭଉଣୀ ଝରଣା ଦାସ ଟ୍ବିଟ୍ କରି ନିବେଦନ କରିଛନ୍ତି । ଝରଣା ଲେଖିଛନ୍ତି, ଆମ ବାପା ବ୍ୟାଙ୍କରେ ଜଣେ ସଚ୍ଚୋଟ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଅରିନ୍ଦମ ମଧ୍ୟ ଜଣେ ସଚ୍ଚୋଟ ସାମ୍ବାଦିକ ଭାବେ ତାର କର୍ତ୍ତବ୍ୟ କରୁଥିଲା । ଏଭଳି ଦୁଃସ୍ଥିତିକୁ ସାମନା କରିବା ପାଇଁ ଆମ ପରିବାର ସକ୍ଷମ । ଆମର ପରିବାର ଏକ ଯୌଥ ପରିବାର ଏବଂ ସମସ୍ତେ ନିଜ ନିଜ କ୍ଷେତ୍ରରେ ସମ୍ମାନ ଓ ସ୍ବାଭିମାନର ସହ କାର୍ଯ୍ୟ କରୁଛନ୍ତି । ଅରିନ୍ଦମଙ୍କ ପତ୍ନୀ ଓ ପୁତ୍ର ଏକ ସମ୍ମାନଜନକ ଜୀବନ ବଞ୍ଚିପାରିବେ ଏବଂ ସେଥିପାଇଁ ପୁରା ପରିବାର ତାଙ୍କ ସହ ରହିଛି । ତେଣୁ ଏଭଳି ଅପପ୍ରଚାରରୁ କ୍ଷାନ୍ତ ରହିବାକୁ ସେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here