ଭୁବନେଶ୍ବର ନୂଆପଲ୍ଲୀ ସ୍ଥିତ ସୟଦ ମମତାଜ ଅଲ୍ଲୀ ହାଇସ୍କୁଲରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ଦେବୀଶ୍ରୀ ମହନ୍ତଙ୍କୁ ସସ୍ମିତା ମହାନ୍ତି ସ୍ମାରକୀ ମେଧା ପୁରସ୍କାର ଏବଂ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ରାହୁଲ କୁମାର ମାର୍ଥାଙ୍କୁ ଅଶ୍ବିନୀ ମହାନ୍ତି ସ୍ମାରକୀ ମେଧା ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ବାବଦରେ ଉଭୟଙ୍କୁ ନଗଦ ଦୁଇହଜାର ଏକ ଟଙ୍କା ଲେଖାଁଏ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ମେଧା ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଶରତ ମିଶ୍ର, ପୂର୍ବତନ ଶିକ୍ଷକ ବେଣୁଧର ବେହେରା, ନୂଆପଲ୍ଲୀ ଗ୍ରାମ ଉନ୍ନୟନ କମିଟିର ଅଧ୍ୟକ୍ଷ ଶ୍ରୀ ନଟବର ସାମନ୍ତରାୟ, ପୁରାତନ ବିଦ୍ୟାର୍ଥୀ ପରିଷଦ ସଭାପତି ଭ୍ରମରବର ମଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ । ଏହି ମେଧା ପୁରସ୍କାର ବିଦ୍ୟାଳୟର ମାଟ୍ରିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ମନୋଭାବ ବୃଦ୍ଧି କରିବାରେ ସାହାଯ୍ୟ କରିବା ସହ ଭଲ ପାଠ ପଢିବା ପାଇଁ ଉତ୍ସାହିତ କରିବ ବୋଲି ଅତିଥିମାନେ କହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ସାହୁଙ୍କ ପୌରୋହିତ୍ୟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପୁରାତନ ବିଦ୍ୟାର୍ଥୀ ପରିଷଦ ସଂପାଦକ ଅତିସ ମହାନ୍ତି ପରିଚାଳନା କରିଥିଲେ । ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖୁଥିବା ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ଏହି ସ୍ମାରକୀ ମେଧା ପୁରସ୍କାର ପ୍ରଦାନ କରାଯିବ ବୋଲି କମିଟି ଆବାହକ ସୁଜାତା ମହାନ୍ତି ସୂଚନା ଦେଇଥିଲେ । ପୁରାତନ ବିଦ୍ୟାର୍ଥୀ ରଂଜନ ଶ୍ରୀଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ । ସସ୍ମିତା ମହାନ୍ତି 1981ରେ ଏବଂ ଅଶ୍ବିନୀ ମହାନ୍ତି 1983ରେ ଏହି ବିଦ୍ୟାଳୟରୁ ମାଟ୍ରିକ ପାଶ୍ କରି କର୍ମୟ ଜୀବନରେ ଯୋଗ ଦେଇଥିଲେ ହେଁ 2001ରେ ସେମାନଙ୍କର ଅକାଳ ବିୟୋଗ ଘଟିଥିଲା ।

LEAVE A REPLY

Please enter your comment!
Please enter your name here