ଆଜି ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2024 ସାଧାରଣ ନିର୍ବାଚନକୁ ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ମୋଦି କହିଛନ୍ତି, ବିଜେପି ଏକାକୀ 370 ଆସନରେ ବିଜୟ ଲାଭ କରିବ । ସେହିପରି ଏନଡିଏର ଆସନ ସଂଖ୍ୟା 400 ଅତିକ୍ରମ କରିବ । ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ପ୍ରଧାନମନ୍ତ୍ରୀ ଲୋକସଭାରେ କହିଛନ୍ତି, 2014ରେ କଂଗ୍ରେସ ସରକାର ଥିବା ବେଳେ ତତକାଳୀନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ 2014-15 ମଧ୍ୟବର୍ତ୍ତୀକାଳିନ ବଜେଟ ଆଗତ କଲାବେଳେ କହିଥିଲେ ଯେ ଏଗାରତମ ବୃହତ୍ ଅର୍ଥନୀତି ସଂପନ୍ନ ରାଷ୍ଟ୍ର ଭାବେ ଦେଶର ପୁରୁଣା ଦଳ କଂଗ୍ରେସ ଗର୍ବ ଅନୁଭବ କରେ । ମାତ୍ର ଏବେ ଦେଶ ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତି ସଂପନ୍ନ ରାଷ୍ଟ୍ରରେ ପରିଣତ ହୋଇସାରିଥିବା ବେଳେ କଂଗ୍ରେସ କଣ ପାଇଁ ଚୁପ୍ ରହିଛି । କଂଗ୍ରେସ କ୍ଷମତାରେ ଥିବା ବେଳେ ଦେଶକୁ ତୃତୀୟ ବୃହତ ଅର୍ଥନୀତିରେ ପହଞ୍ଚାଇବା ପାଇଁ 30 ବର୍ଷ ଲାଗିବ ବୋଲି ସ୍ବପ୍ନ ଦେଖୁଥିଲେ । କିନ୍ତୁ ଆଜିର ଦିନରେ ଆମେ ଏତେ ସମୟ ଅପେକ୍ଷା କରିବାକୁ ଚାହୁଁନାହଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତୃତୀୟ ଥର କ୍ଷମତାକୁ ଆସିଲେ ଦେଶକୁ ବିଶ୍ବର ତୃତୀୟ ବୃହତ ଅର୍ଥନୈତିକ ରାଷ୍ଟ୍ରରେ ପରିଣତ କରାଯିବ ଏବଂ ଏହା ମୋଦି ଗ୍ୟାରେଣ୍ଟି ବୋଲି କହିଛନ୍ତି ।
କଂଗ୍ରେସକୁ ସମାଲୋଚନା କରି ମୋଦି କହିଛନ୍ତି, ତାଙ୍କ ସରକାର ଦେଶର 4 କୋଟି ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦେଇଛି । ସହରାଞ୍ଚଳ ଗରିବ ଲୋକଙ୍କ ପାଇଁ 80 ଲକ୍ଷ ପକ୍କା ଘର ନିର୍ମାଣ କରିଛୁ । ଯାହାକୁ ନିର୍ମାଣ କରିବା ପାଇଁ କଂଗ୍ରେସକୁ ଶହେ ବର୍ଷ ଲାଗିଥାନ୍ତା ।

LEAVE A REPLY

Please enter your comment!
Please enter your name here