କାର୍ତ୍ତିକ ମାସ ପରେ ଧାର୍ଯ୍ୟ ହେବ ମହାପ୍ରସାଦର ମୂଲ୍ୟ. ଏହାକୁ ନେଇ ମଙ୍ଗଳବାର ଦିନ ବୈଠକ ବସିଥିଲା. ମହାପ୍ରସାଦ ପ୍ରସ୍ତୁତିରେ କେତେ ଟଙ୍କା ଖର୍ଚ୍ଚ ହେଉଛି, ତାର ବିବରଣୀ ସୁଆର ଓ ମହାସୁଆର ନିଯୋଗ ଦେଲା ପରେ ମହାପ୍ରସାଦର ମୂଲ୍ୟ ଧାର୍ଯ୍ୟ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦିପ୍ତ ମହାପାତ୍ର. ଏହାଛଡା ଏହି ବୈଠକରେ 4ଟି ଦେବାଦେବୀଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ସ୍ଥାନାନ୍ତର କରାଯିବ ବୋଲି ନିଷ୍ପତି ହୋଇଛି. ଯାହା ମଧ୍ୟରେ ଲକ୍ଷ୍ମୀ, ନାରାୟଣ, ମଦନ ମୋହନ ଓ ବାମନ ରହିଛନ୍ତି. ଆନନ୍ଦ ବଜାରରେ ୪୮ଟି ସେଡ୍ କରାଯିବ । ତେବେ କେଉଁ ସୁଆର କେଉଁଠି ବିକ୍ରି କରିବେ ସେ ନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ ନିଷ୍ପତ୍ତି ନିଆଯିବ ।

ସେହିପରି ଶ୍ରୀମନ୍ଦିରରେ କୌଣସି ଧାଡି ଦର୍ଶନ ବ୍ୟବସ୍ଥା ନଥିବା ସେ କହିଛନ୍ତି । କେବଳ ସିଂହଦ୍ୱାର ଯାଏ ଧାଡି ବ୍ୟବସ୍ଥା ରହିଛି । ଏହାପରେ ଭକ୍ତ ସିଧା ରତ୍ନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ । ବେଢା ପରିକ୍ରମା କରି ବଟ ବୃକ୍ଷ, ଗଣେଶ ବନ୍ଦିର ଦେଇ ମଧ୍ୟ ଶ୍ରୀମନ୍ଦିର ଯାଇପାରିବେ । ଭକ୍ତ କେବଳ ଅବଢା କିଣିବାକୁ ଚାହିଁଲେ ସିଧା ଆନନ୍ଦବଜାରକୁ ଯାଇପାରିବେ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ପୂର୍ବରୁ ବାଇଶି ପାହାଚରେ ଧାଡି ଦର୍ଶନ ବ୍ୟବସ୍ଥା କରାଯିବକୁ ନେଇ ପୁରୀରେ ତୁମୂଳ କାଣ୍ଡ ହୋଇଥିଲା ।

ସେହିପରି ପୁରୀ ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ନେଇ ମଧ୍ୟ ମୁଖ୍ୟ ପ୍ରାଶସକ ଚିନ୍ତା ବ୍ୟକ୍ତ କରିଛନ୍ତି । କିଏ ଫଟୋ ଉଠାଉଛି ତାହା ଜାଣିବା ପାଇଁ ସିସିଟିଭି ଲଗାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here