ଯେଉଁ ମିଶନ ଶକ୍ତିର ସଫଳତାକୁ ନେଇ ସରକାର ସବୁବେଳେ ଉଦାହରଣ ଦେଇଆସୁଛନ୍ତି l ସେଇ ମିଶନ ଶକ୍ତିର ମା ମାନେ ଆଜି ନିର୍ଦ୍ଧିଷ୍ଟ କିଛି ଦାବି ନେଇ ରାଜରାସ୍ତାରେ ଧାରଣାରତ l ବିଭିନ୍ନ ଦାବି ନେଇ ଅଲ ଓଡିଶା ଜି.ପି.ଏଲ .ଏଫ୍ ମିଶନ ଶକ୍ତିର ମହା ସମାବେଶ । ୧୦ଟି ଦାବି ନେଇ ଜି.ପି.ଏଲ .ଏଫ୍ ର ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ ଏକାଠି ହୋଇଛନ୍ତି । ମିଶନ ଶକ୍ତି ଏବଂ ଓଡିଶା ଚିଫ କମିଶନ କାର୍ଯ୍ୟକ୍ରମରେ ସଫଳତା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଦୃଷ୍ଟାନ୍ତ ପାଲଟିଛନ୍ତି । ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ବହୁ ଅନୁଦାନ ଦିଆଯାଉଛି । ହେଲେ କିଛି ନ୍ୟାୟ ସଙ୍ଗତ ଦାବି ଗୁଡିକ ପୂରଣ ହୋଇପାରିନି । ଏନେଇ ବାରମ୍ବାର ପ୍ରଶାସନ ବିଭାଗୀୟ ଅଧିକାରୀଙ୍କୁ ଜଣାଯାଇଥିଲେ ବି ଦାବି ପୂରଣ ତ ଦୂରର କଥା ସମସ୍ତଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି ।