ବିଜେପି ପକ୍ଷରୁ ପୁରୁଣା ଭୁବନେଶ୍ୱରଠାରେ ଜନ ପରାମର୍ଶ ପଦଯାତ୍ରା କରାଯାଇଛି. ଏହି ବିଶାଳ ସମାବେଶରେ କର୍ମୀ ସରକାରଙ୍କ ଅପାରଗତାକୁ ମଙ୍ଗ କରି ବିଭିନ୍ନ ସମସ୍ୟାକୁ ସରକାରଙ୍କ ପାଖରେ ରଖିବା ସହ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି. କର୍ମୀମାନେ ଲିଙ୍ଗରାଜ ମନ୍ଦିରରୁ ବାହାରି ମାଉସୀ ମା’ ଛକ ପର୍ଯ୍ୟନ୍ତ ଯାଇଥିଲେ. ରାଜଧାନୀର ବିଏମସି ହସ୍ପିଟାଲ ପାଇଁ ସରକାର ଉଦାସିନତା କାହିଁକି ? ବିନ୍ଦୁ ସାଗର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ ପାଣି ନୀଳ କାହିଁକି ? କେଦାରଗୌରୀ କୁଣ୍ଡର ଏପରି ଅବସ୍ଥା କାହିଁକି ? ଏଭଳି ବହୁ ପ୍ରଶ୍ନ ନେଇ ସେମାନେ ସରକାରଙ୍କୁ ଘେରିଛନ୍ତି. ବିଜେପି କର୍ମୀ ସରକାରଙ୍କ ଦୁର୍ନିତି ସଂପର୍କରେ ସ୍ୱର ଉଠାଇବା ସହ ଜନତାଙ୍କଠୁ ପରାମର୍ଶ ପାଇଁ ଆରମ୍ଭ କରିଛି ଏହି ପଦଯାତ୍ରା.

LEAVE A REPLY

Please enter your comment!
Please enter your name here