ବିରାଟ କୋହଲିଙ୍କ ଶତକ ସହ ଭାରତ ଦଷିଣ ଆଫ୍ରିକା ଆଗରେ 327 ରନର ଟାର୍ଗେଟ ଦେଇଥିଲା । ମାତ୍ର 27.1 ଓଭରରେ ମାତ୍ର 83 ରନ୍ କରି ଦକ୍ଷିଣ ଆଫ୍ରିକା ଟିମ୍ ଅଲ୍ ଆଉଟ୍ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକା ବିରୋଧରେ ଏକ ସହଜ ବିଜୟ ସହ ଭାରତ ବିଶ୍ବକପରେ ବିଜୟ ଧାରା ଅବ୍ୟାହତ ରଖିଛି । ଏପର୍ଯ୍ୟନ୍ତ ବିଶ୍ବକପ କ୍ରିକେଟରେ ଭାରତ ଖେଳିଥିବା ସମସ୍ତ 8ଟି ଯାକ ମ୍ୟାଚ ଜିତି ଶୀର୍ଷରେ ରହିଛି । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବ୍ୟାଟିଂ କରି ବିରାଟ କୋହଲି ଆଜି ନୂଆ ରେକର୍ଡ ପ୍ରତିଷ୍ଠା କରିବାର ଦ୍ବାରଦେଶରେ ପହଞ୍ଚି ଯାଇଛନ୍ତି । ଆଜି ଇଡେନଗାର୍ଡେନରେ ବିରାଟ ତାଙ୍କ କ୍ୟାରିଅରର 49 ତମ ଶତକ ହାସଲ କରି କ୍ରିକେଟର ସଚ୍ଚିନ ତେନ୍ଦୁଲକରଙ୍କ ସମକକ୍ଷ ହେବାର ଗୌରବ ହାସଲ କରିଛନ୍ତି । ଦିନିକିଆ ମ୍ୟାଚରେ ଆଉ ଗୋଟିଏ ଶତକ କଲେ ସେ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ନୂଆ ଇତିହାସ ସୃଷ୍ଟି କରିବେ । ତେନ୍ଦୁଲକର 452ଟି ଇନିଂସ ଖେଳି ଏହି ରେକର୍ଡ ପ୍ରତିଷ୍ଠା କରିଥିବା ବେଳେ ବିରାଟ ମାତ୍ର 277 ଇନିଂସରେ ଏହି ରେକର୍ଡ ହାସଲ କରିଛନ୍ତି । ଆଜି ବିରାଟ କୋହଲିଙ୍କ ଜନ୍ମଦିନ ଥିବାରୁ ଆଜିର ଶତକ ତାଙ୍କପାଇଁ ଜନ୍ମଦିନ ଉପହାର ।

LEAVE A REPLY

Please enter your comment!
Please enter your name here