ଲକଡାଉନ କଟକଣା ବେଳେ ବସ୍ତିରେ ଚାଲିଥିଲା ଦେହ ବ୍ୟବସାୟ । ଆଉ ଦେହ ବ୍ୟବସାୟ କରୁଥିଲେ ଖୋଦ୍ ମା ଓ ଝିଅ । ପ୍ରତ୍ୟେକ ଦିନ ଜଣେ ଜଣେ ପୁରୁଷଙ୍କୁ ଡାକି ତାଙ୍କୁ ପ୍ରଲୋଭିତ କରି ଦେହ ବ୍ୟବସାୟ କରୁଥିଲେ । ହେଲେ କାଲି ବସ୍ତି ବାସିନ୍ଦାଙ୍କ କବଳରେ ପଡିଯାଇଥିଲେ ଜଣେ ଅଭିଯୁକ୍ତ ଯୁବକ । ଜଗତସିଂହପୁର ପୁନଙ୍ଗ ମୁସଲିମ ବସ୍ତିରେ ହଙ୍ଗାମା କରିଥିଲେ ସ୍ଥାନୀୟ ଲୋକେ । ବସ୍ତିରେ ରହୁଥିବା ଅବୁ ବକ୍କର ଶାହଙ୍କ ପତ୍ନୀ ମୁଶୋ ବିବି ଏବଂ ଝିଅ ଖୁଶୋ ଖାତୁନ ଦୀର୍ଘଦିନ ଧରି ଘରେ ରହି ବିଭିନ୍ନ ଆଳରେ ଯୁବକଙ୍କୁ ପ୍ରଲୋଭିତ କରି ଦେହ ବ୍ୟବସାୟରେ ଲିପ୍ତ ରହୁଥିଲେ । ସ୍ୱାମୀ ଅବୁ ବକ୍କର ଏବଂ ପୁଅ ଅଜଗର ଅଲ୍ଲୀ ଏହାକୁ ବିରୋଧ କରିବା ପରେ ମା, ଝିଅ ଉତକ୍ଷିପ୍ତ ହୋଇ ପୁଅକୁ ଟାଙ୍ଗିଆରେ ହାଣିବା ସହ ସ୍ୱାମୀଙ୍କୁ ଶ୍ୱାସରୁଦ୍ଧ କରି ମାରିବାକୁ ଚେଷ୍ଟା କରୁଥିଲେ । ତେବେ ଏନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି ।
ତେବେ ଧରାପଡିଥିବା ଏହି ବ୍ୟକ୍ତି ଜଣଙ୍କ କଟକ ଅଞ୍ଚଳର । ଲକଡାଉନରେ ଆସିଥିଲେ ରୋମାନ୍ସ ପାଇଁ । ଯୁବକ ଜଣକ ଝିଅ ଖୁଶୋଙ୍କ ସାଙ୍ଗେ ଘରେ ଏକାଠି ଥିବା ଜାଣି ଗାଁ ଲୋକେ ପ୍ରବଳ ବିରୋଧ କରିବା ସହ ପୋଲିସକୁ ଖବର ଦେଇଥିଲେ । ପିସିଆର ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଧରି ଥାନାକୁ ନେଇଥିଲା । ତେବେ ପୋଲିସ ଏଥିରେ କାର୍ଯାନୁଷ୍ଠାନ ନନେଲେ ଆଗକୁ ବସ୍ତି ବାସିନ୍ଦା ଆଉ କିଛି ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here