ଢୋଲ ବଜାଇଲେ ଏସପି । କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ଢୋଲ ବଜାଇ ଶୋଭାଯାତ୍ରାରେ ଯାଉଥିବା ଦେଖିବାକୁ ମିଳିଛି । ଗତକାଲି ଥିଲା କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଜେନାଖାଲ ଠାରୁ ମନ୍ଦିର ପର୍ଯ୍ୟନ୍ତ ଚାରିକିଲୋମିଟର ଯାଏଁ ଶୋଭାଯାତ୍ରା ହୋଇଥିଲା । ମା ମାଣିକେଶ୍ୱରୀଙ୍କ ପୀଠରେ ପଡିଥିଲା ଶହ ଶହ ପଶୁ ବଳୀ । ପ୍ରଶାସନର ବାରଣ ସତ୍ତେ୍ୱ ପ୍ରତିବର୍ଷ ବଳି ପଡିଥାଏ । ଏସବୁ ଭିତରେ ଏସପିଙ୍କର ଏଭଳି ନିଆରା ଅନ୍ଦାଜ ଦେଖିବାକୁ ମିଳିଛି । ଶୋଭାଯାତ୍ରାବେଳେ ନିଜେ ଏସପି ଲୋକଙ୍କ ସହ ମିଶିଥିଲେ , ଢୋଲ ବଜାଇଥିଲେ । ଏହି ଭଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଉ ଏସପିଙ୍କ ଏଭଳି କାମକୁ ପ୍ରଶଂସା କରିଛନ୍ତି ସମସ୍ତେ ।

LEAVE A REPLY

Please enter your comment!
Please enter your name here