ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ ତମ ଜନ୍ମ ଦିନ । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସକୁ ନେଇ ଉତ୍ସବ ମୁଖର ବିଜେପି ଶିବିର | ପ୍ରଧାନମନ୍ତ୍ରୀଙ୍କ ପାଖକୁ ଦେଶବିଦେଶରୁ ଶୁଭ କାମନା ବାର୍ତାର ସୁଅ ଛୁଟୁଥିବା ବେଳେ ନିଜ ମାଙ୍କ ଠାରୁ ଆଶିର୍ବାଦ ନେବା ନିମନ୍ତେ ଗୁଜୁରାଟ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ | ଗତକାଲି ଅହମ୍ମଦାବାଦ ପହଂଚିବା ପରେ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପି ନେତା ଓ କର୍ମୀମାନେ ତାଙ୍କୁ ପାଛୋଟି ନେଇଥିଲେ | ମୋଦିଙ୍କ ସ୍ୱାଗତ ନିମନ୍ତେ ସୁସଂଜିତ ହୋଇଥିଲା ଅହମ୍ମଦାବାଦ ସହର । ବିମାନ ବନ୍ଦରରୁ ରାଜଭବନ ଯାଏଁ ହୋର୍ଡିଂ ଓ ପୋଷ୍ଟର ଦେଖିବାକୁ ମିଳିଥିଲା | ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ବିଭିନ୍ନ ସ୍ଥାନରେ ବିଭିନ୍ନ ଢ଼ଙ୍ଗରେ ପାଳନ କରୁଛନ୍ତି ବିଜେପି କର୍ମୀ । କେଉଁଠି ୬୯ ଫୁଟର କେକ୍ କଟାଯାଉଛି ତ ପୁଣି କେଉଁଠି ଲଡ଼ୁ କେକ୍ କଟାଯାଉଛି । ବାରଣାସୀରେ ଦୀପ ଜଳାଇ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସମର୍ଥକ । ଗାନ୍ଧିନଗରରେ ମୋଦିଙ୍କ ଜୀବନୀକୁ ନେଇ ଏକ ଫଟୋପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅପରପକ୍ଷେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନ ଅବସରରେ ଏକ ସୁନ୍ଦର ଉପହାର ଦେଇଛନ୍ତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ସ୍ୱର୍ଣ୍ଣିମ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ବାଲୁକାକଳାରେ ସ୍ୱଚ୍ଛ ଭାରତର ବାର୍ତ୍ତା ସହ ମୋଦିଙ୍କ ଉଦ୍ଦେଶ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ଆଶିର୍ବାଦ ଜଣାଇଛନ୍ତି ବାଲୁକା ଶିଳ୍ପୀ ।

LEAVE A REPLY

Please enter your comment!
Please enter your name here