ଶନିଦେବଙ୍କୁ କୋଟିଏ ଟଙ୍କାର ସୁନାକଳସ ଦାନ । ମହାରାଷ୍ଟ୍ରର ଅହମଦନଗରରେ ଶନି ସିଗ୍ନାପୁରରେ ଥିବା ଶନିଙ୍କ ମନ୍ଦିରରେ ଜଣେ ଭକ୍ତ ଏହି ବହୁ ମୂଲ୍ୟ କଳସ ଦେଇଛନ୍ତି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି କଳସ ଦାନ କରିଛନ୍ତି ବୋଲି ସୂଚନା ମିଳିଛି । ୭୦୦ ଗ୍ରାମ ସୂନା ଏବଂ ୫୦ କେଜି ରୂପାରେ ତିଆରି ହୋଇଛି ଏହି କଳସ । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ହୋଇଥିବା ସୂଚନା ମିଳିଛି । ମନ୍ଦିରକୁ ମିଳୁଥିବା ଦାନ ଭିତରେ ଏହା ଅଧିକ ଦାମୀ ଦାନ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ ଏହାର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି ।

LEAVE A REPLY

Please enter your comment!
Please enter your name here