ମଧ୍ୟପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ରିଷି କୁମାର ଶୁକ୍ଳା ହେବେ ସିବିଆଇ ମୁଖ୍ୟ । ୧୯୮୩ ବ୍ୟାଚର ଏହି ଆଇପିଏସ ଅଫିସରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ମନୋନୀତ କରିଛି । ସିବିଆଇ ମୁଖ୍ୟ ପଦବୀରେ ଅବସ୍ଥାପିତ ପାଇଁ ୩୦ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । ସିବିଆଇ ମୁଖ୍ୟ ପଦରେ ଥିବା ଆଲୋକ ବର୍ମାଙ୍କୁ କେନ୍ଦ୍ର ସରକାର ପ୍ରଥମେ ଛୁଟି ଦେବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ତାଙ୍କୁ ପୁଣିଥରେ ଅବସ୍ଥାପିତ ପାଇଁ ନିର୍ଦେଶ ଦେବା ପରେ କେନ୍ଦ୍ର ସରକାର ତାଙ୍କୁ ଅନ୍ୟତ୍ର ବଦଳି କରିଦେଇଥିଲେ । ଏହି ଘଟଣାରେ ଆଲୋକ ବର୍ମା ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here