ହାଇଦ୍ରାବାଦର ଜଘନ୍ୟ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ସମସ୍ତ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର । ପୋଲିସର ଏନକାଉଣ୍ଟରରେ ସମସ୍ତ ୪ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଛି । ଚେତନାପାଲି ଓଭରବ୍ରିଜ୍ ଉପରେ ଏହି ଏନକାଉଣ୍ଟର ହୋଇଥିଲା । ଯେଉଁଠି ସେମାନେ ଗଣଦୁଷ୍କର୍ମ କରି ଡାକ୍ତର ରେଡ୍ଡୀଙ୍କୁ ପୋଡି ମାରିଥିଲେ, ସେଇଠି ପୋଲିସ ସେମାନଙ୍କୁ ଏନକାଉଣ୍ଟର କରିଛି. ପୋଲିସ କହିବା ଅନୁଯାୟୀ, ତଦନ୍ତ ପାଇଁ ଦୁଷ୍କର୍ମୀଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା । ତେବେ ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ହେବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସ ସେମାନଙ୍କୁ ଏନକାଉଣ୍ଟର କରିଥିଲା । ତେବେ ଏଥିରେ ୪ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ସମଗ୍ର ଦେଶରେ ଆନନ୍ଦର ଲହରୀ ଖେଳିଯାଇଛି . ସମସ୍ତେ ହାଇଦ୍ରାବାଦ ପୋଲିସର କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି. ଘଟଣାସ୍ଥଳରେ ସାଧାରଣ ଲୋକେ ପୋଲିସ ଉପରେ ଏତେ ଖୁସି ହୋଇଛନ୍ତି ଯେ, ପୁଷ୍ପ ବୃଷ୍ଟି କରିଛନ୍ତି. ତେଲେଙ୍ଗାନାରେ ଲୋକେ ରାସ୍ତା ଉପରକୁ ଆସି ଖୁସି ବ୍ୟକ୍ତ କରିଛନ୍ତି.

LEAVE A REPLY

Please enter your comment!
Please enter your name here