ଗୁଜୁରାଟରେ ନୂଆ ବର୍ଷ ପାଇଁ ସ୍କୁଲରେ ଜାରି ହୋଇଛି ନୂଆ ନିୟମ. ତେବେ ନୂଆ ନିୟମଟି ହେଲା ଏଣିକି ପିଲା ସ୍କୁଲରେ ଆଟେଣ୍ଟଡାନ୍ସ ପକାଇବା ସମୟରେ ‘ୟେସ୍ ସାର୍’ କି ‘ପ୍ରେସେଣ୍ଟ ସାର୍’ ଆଉ କହିପାରିବେନି. ତା ବଦଳରେ ‘ଜୟ ହିନ୍ଦ୍’ ଓ ‘ଜୟ ଭାରତ’ କହିବେ. ଏ ନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଗୁଜୁରାଟ ମାଧ୍ୟମିକ ଓ ଉଚ୍ଚତର ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ନୋଟିଫିକେସନ ଜାରି କରାଯାଇଛି. ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଏହା କହିବେ, ଯାହା ଦ୍ୱାରା ସେମାନଙ୍କ ମନରେ ଦେଶଭକ୍ତି ଜାଗ୍ରତ ହେବ. ଜାନୁୟାରୀରୁ ଏହା ଲାଗୁ ହେବାକୁ ଥିବା ବେଳେ ବର୍ତ୍ତମାନ ଏହାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ପଠାଇ ଦିଆଯାଇଛି. ତେବେ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମାକୁ ଗୁଜୁରାଟ ଶିକ୍ଷାମନ୍ତ୍ରୀ ଭୂପେନ୍ଦ୍ର ସିଂ ସୁଡାସମାଙ୍କ ଦ୍ୱାରା ଫାଇନାଲ କରାଯାଇଥିଲା.

LEAVE A REPLY

Please enter your comment!
Please enter your name here