ନୂଆଦିଲ୍ଲୀ : କୋରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ଏହା ୧୭ଟି ଦେଶରେ ପହଞ୍ଚି ସାରିଲାଣି । ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଲାଣି । ସଂକ୍ରମଣ ବ୍ୟାପୁଥିବାରୁ କରୋନା ଭାଇରସ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡଐଙ) ଗ୍ଲୋବାଲ ଇମର୍ଜେନ୍ସି ଘୋଷଣା କରିଛି । ଗ୍ଲୋବାଲ ଇମର୍ଜେନ୍ସି ଘୋଷଣା ପରେ ସମସ୍ତ ଦେଶ ଏହି ପରିସ୍ଥିତିର ମିୁକାବିଲା ପାଇଁ ଡବ୍ଲ୍ୟୁଏଚ୍‌ଓ ପରାମର୍ଶ ଦେଇଛନ୍ତି । ଗତକାଲି ଚୀନ୍‌ର ଜଣେ ଛାତ୍ର କେରଳ ଫେରିବା ପରେ ତାଙ୍କଠାରେ କରୋନା ଭୂୁତାଣୁ ଚିହ୍ନଟପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଏହାପରେ କେନ୍ଦ୍ର ସରକାରଙ୍କ ଚିନ୍ତା ଆହୁରି ବଢିଯାଇଛି । ଚୀନରୁ ଆରମ୍ଭ ହୋଇଥିବା ଭୂତାଣୁ ଯେମିତି ଅନ୍ୟ ଦେଶକୁ ନବ୍ୟାପେ ସେ ଦିଗରେ ସର୍ତ୍ତକ ଅବଲମ୍ବନ କରିବାକୁ ଡବ୍ଲ୍ୟୁଏଚ୍‌ଓ ଉଦ୍ୟମ କରିଛି । ସଂକ୍ରମଣର ମୁକାବିଲା ପାଇଁ ଡବ୍ଲ୍ୟୁଏଚ୍‌ଓ କିଛି କଟକଣା ପାଇଁ ପରାମର୍ଶ ମଧ୍ୟ ଦେଇଛି । ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତ୍ରା ଉପରେ କଟକଣା ଲାଗିପାରେ । ପ୍ରଭାବିତ ଦେଶରୁ ଆସୁଥିବା ନାଗରିକଙ୍କ ପାଇଁ ଭିସା ଉପରେ କଟକଣା ମଧ୍ୟ .ହୋଇପାରେ ଅନ୍ତର୍ଜାତୀୟ ସୀମା ବନ୍ଦ ରଖିବାକୁ ଏମର୍ଜେନସିରେ ବ୍ୟବସ୍ଥା କରାଯାଇପାରେ । କରୋନା ଭାଇରସ ସଂକ୍ରମଣରେ ବର୍ତ୍ତମାନ ସୁଦ୍ଧା ୨୧୩ ଲୋକଙ୍କ ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here