ଶହେ କେଜିରୁ ଅଧିକ ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ବିସ୍ଫୋରଣ କରି ୪୪ଜଣ ସିଆରପିଏଫ ଯବାନଙ୍କ ପ୍ରାଣ ନେଇ ଥିବା ଆତ୍ମଘାତୀ ଆତଙ୍କବାଦୀ ହେଉଛି ଆଦିଲ ଅହମ୍ମଦ ଦାର୍ . ପୁଲଓାମା ବିସ୍ଫୋରଣ ଘଟଣା ପାଇଁ ନିଜକୁ ଦାୟୀ କରିଥିବା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ପ୍ରକାଶ କରିଥିବା ଭିଡିଓରେ ଆଦିଲ ହିଁ ଆତ୍ମଘାତୀ ବିସ୍ଫୋରଣ କରିଛି ବୋଲି କହିଛି. କୋଡିଏ ବର୍ଷର ଏହି ଯୁବକ ପୁଲଓାମା ଜିଲ୍ଲା ଗୁଣ୍ଡିବାଗ ଗାଁର ବାସିନ୍ଦା. ପ୍ରକାଶିତ ସୂଚନା ଅନୁଯାୟୀ, ଆକ୍ରମଣ ସ୍ଥାନ ଠାରୁ ଦଶ କିଲୋମିଟର ଦୂରରେ ତା ଗାଁ. ଆଦିଲର ବାପା ଛୋଟମୋଟ ବ୍ୟବସାୟ କରୁଥିବା ବେଳେ ତାର ଆଉ ଦୁଇ ଭାଇ ଅଛନ୍ତି. ତେବେ ମାର୍ଚ୍ଚ ୨୦୧୮ରେ ସେ ଏକ ସ ମିଲରେ କାମ କରିବାକୁ ଆସି ଦୁଇ ସାଙ୍ଗ ତସିଫ ଓ ଓାସିମଙ୍କ ସହ ନିଖୋଜ ହୋଇ ଯାଇଥିଲା. ଆଦିଲର ନିଖୋଜ ସଂପର୍କରେ ତା ପରିବାର ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ. ମାତ୍ର ସେ ନିଖୋଜ ହେବାର କିଛି ଦିନ ପରେ ସେ ସୋସିଆଲ ମିଡିଆରେ ଏକେ ୪୭ ସହ ତାର ଏକ ଫଟୋ ଆସିଥିଲା. ଦୁଇମାସ ତଳେ ସେ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା.

LEAVE A REPLY

Please enter your comment!
Please enter your name here