ଯଦି ଆପଣ ବାହାରକୁ ଯାଉଛନ୍ତି , ହେଲମେଟ ନେବାକୁ ଭୁଲିଯାଉଛନ୍ତି । କିମ୍ବା ଜାଣିଶୁଣି ହେଲମେଟ୍ ନେଉନାହାଁନ୍ତି । ତାହେଲେ ସାବଧାନ୍ ହୋଇଯଆନ୍ତୁ । ଏଣିକି ହେଲମେଟ୍ ନପିନ୍ଧିଲେ ହିନସ୍ତା ହେବେ । ଫାଇନ ତ ଗଣିବେ । ଆପଣଙ୍କ ଲାଇସେନ୍ସ ବି ବାତିଲ ହେବ । ହେଲମେଟ୍ ପିନ୍ଧିବା ନିୟମକୁ ଆହୁରି କଡାକଡି କରିଛନ୍ତି ରାଜ୍ୟ ସରକାର । ହେଲମେଟ୍ ନପିନ୍ଧିଲେ ହଜାରେ ଟଙ୍କା ଫାଇନ ସହ ୩ ମାସ ପାଇଁ ଲାଇସେନ୍ସ ବାତିଲ ହେବ । ଆଉ ଏହି ନିୟମକୁ ଆହୁରି କଡାକଡି କରିବାକୁ ପୋଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢୀ । ପୂର୍ବରୁ ନିୟମ ଭାଙ୍ଗିଲେ କେବଳ ଫାଇନ ଆଦାୟ କରାଯାଉଥିବା ବେଳେ ଏବେ ନିୟମ ଭାଙ୍ଗିଲେ ଲାଇସେନ୍ସ ବାତିଲ କରିବାକୁ ଚିଠିରେ ଉଲ୍ଲେଖ ରହିଛି ।୨୦୧୯ରେ ହେଲମେଟ ନ ପିନ୍ଧି ନିୟମ ଭାଙ୍ଗିବା କାରଣରୁ ବାତିଲ ହୋଇଥିବା ଲାଇସେନ୍ସ ବାବଦରେ ଜିଲ୍ଲାୱାରୀ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ୨୦୧୯ରେ ପ୍ରାୟ ୮.୫ ଲକ୍ଷ ଗାଡି ଚାଳକ ହେଲମେଟ ନ ପିନ୍ଧି ନିୟମ ଭାଙ୍ଗିଥିବା ଚିଠିରେ କୁହାଯାଇଛି । ସବୁଠୁ ବଡ କଥା ହେଲା ଗତବର୍ଷ ୧୧୦୬୪ଟି ସଡକ ଦୁର୍ଘଟଣା ହୋଇଥିବା ବେଳେ ସେଥିମଧ୍ୟରୁ ୪୬୮୮ଟି ବାଇକ ଦୁର୍ଘଟଣା ରହିଛି । ଆଉ ଏହି ଦୁର୍ଘଟଣାରେ ପ୍ରାୟ ୨୩୯୮ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୧୫୬ ଜଣ ହେଲମେଟ ପିନ୍ଧିନଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here