ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟ ବେଞ୍ଚ୍ ଗଠନକୁ ହାଇକୋର୍ଟ ଓକିଲ ସଂଘର ବିରୋଧ । ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଏନେଇ ଏକ ପ୍ରସ୍ତାବ ପାରିତ ହୋଇଛି । ଏହି ପ୍ରସଙ୍ଗରେ ନିଜର ସୀକୃତି ନଦେବାକୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ହାଇକୋର୍ଟ ବାର୍ ପକ୍ଷରୁ ଅନୁରୋଧ କରାଯିବ । ସେଥିପାଇଁ ଏକ ଆକ୍ସନ କମିଟି ଗଠନ କରାଯିବ । ମୁଖ୍ୟ ବିଚାରପତି ହାଇକୋର୍ଟ ବେଞ୍ଚ୍ ଗଠନକୁ ନିଜର ସୀକୃତି ନଦେବାକୁ ଏକ ସ୍ମାରକପତ୍ର କମିଟି ଗଠନ କରିବ । ଏନେଇ ଗତକାଲି ହାଇକୋର୍ଟ ବାର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରସ୍ତାବକୁ ନେଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନିକଟରେ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି ହାଇକୋର୍ଟର ସଂଘ । ହାଇକୋର୍ଟର ନୂଆ ବେଞ୍ଚ୍ ଗଠନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜିଜୁଙ୍କ ଚିଠି ପରେ ପୁଣି ଥରେ ହାଇକୋର୍ଟ ବେଞ୍ଚ୍ ଗଠନ ନେଇ ଆଶା ସଂଚାର ରହିଥିଲା । ତେବେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ଏହି ପ୍ରସ୍ତାବ ପାରିତ ହେବାପରେ ଦୀର୍ଘ ଦଶନ୍ଧି ଧରି ହାଇକୋର୍ଟ ବେଞ୍ଚ ପାଇଁ ଦାବି କରିଆସୁଥିବା ସଙ୍ଗଠନ ଗୁଡିକୁ ଶକ୍ତ ଧକ୍କା ଲାଗିଛି ।

LEAVE A REPLY

Please enter your comment!
Please enter your name here