ମଧ୍ୟପ୍ରଦେଶ କିଏ ଗଢିବ ସରକାର? ଏହାକୁ ନେଇ କାଲି ଦିନ ତମାମ ଲାଗି ରହିଥିଲା ଛକାପଞ୍ଝା । ଭୋଟ ଗଣତି ସମୟରେ କେତେବେଳେ କଂଗ୍ରେସ ତ କେତେବେଳେ ବିଜେପି ପରସ୍ପରକୁ ଟକ୍କର ଦେଉଥିଲେ . ଗତକାଲି ଠାରୁ ଆରମ୍ଭ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଗୋଟ ଗଣତି ଆଜି ସକାଳେ ଶେଷ ହୋଇଛି। ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ସରକାର ଗଢିବା ପାଇଁ ୧୧୬ ନମ୍ବର ଆବଶ୍ୟକ ଥିବାବେଳେ କୌଣସି ଦଳ ଏହି ମ୍ୟାଜିକ ନମ୍ବର ଛୁଇଁ ପାରିନାହାଁନ୍ତି । କଂଗ୍ରେସ ସର୍ବାଧିକ ୧୧୪ଟି ଆସନରେ ଜିତିଥିବାବେଳେ ବିଜେପିକୁ ମିଳିଛି ୧୦୯ । ତେବେ ବହୁଜନ ସମାଜପାର୍ଟିର ସମର୍ଥନରେ କଂଗ୍ରେସ ସରକାର ଗଢିବା ନିଶ୍ଚିତ ହୋଇଯାଇଛି । ରାତି ତମାମ ଭୋଟ ଗଣତି ଚାଲିଥିଲେ ମଧ୍ୟ ଶେଷ ମୂହୁର୍ତ୍ତରେ ମୁଖ୍ୟମନ୍ତ୍ରୀ ପଦରୁ ଶିବରାଜ ସିଂ ଚୌହାନ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବାକୁ ଯାଇଛନ୍ତି ଶିବରାଜ ।
ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚୌହାନ କହିଛନ୍ତି ଯେ,ଜନତାଙ୍କ ଆଦେଶକୁ ଗ୍ରହଣ କରି ସେ ଆଉ ରାଜ୍ୟରେ ସରକାର ଗଠନ ପାଇଁ ଦାବି କରିବେ ନାହିଁ । ତେଣୁ ସେ ଇସ୍ତଫା ଦେବାକୁ ଯାଉଛନ୍ତି ବୋଲି ଶ୍ରୀ ଚୌହାନ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here