ପୁରୀରେ ବିଜେପିର ତିନିଦିନିଆ ପ୍ରଶିକ୍ଷଣ ଶିବିର ଆଜିଠାରୁ ଆରମ୍ଭ ହୋଇଛି । ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ, ବିଜେପି ଜାତୀୟ ସଂଗଠନ ସମ୍ପାଦକ ବି ଏଲ୍ ସନ୍ତୋଷଙ୍କ ସମେତ ଦଳର କେନ୍ଦ୍ରୀୟ ନେତାମାନେ ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟ ପଦାଧିକାରୀଙ୍କୁ ଆସନ୍ତାଦିନ ପାଇଁ ମାର୍ଗଦର୍ଶନ କରାଇବେ । ଆସନ୍ତା 29 ଓ 30 ତାରିଖରେ ଜାତୀୟ ସଭାପତି ଜେ.ପି. ନଡ୍ଡା ଓଡିଶା ଗସ୍ତରେ ଆସୁଥିବାରୁ ତା ପୂର୍ବରୁ ଦଳର ସଙ୍ଗଠନକୁ ସଜାଡିବା ପାଇଁ ଓଡିଶା ପ୍ରଭାରୀ ଏହି ପ୍ରସ୍ତୁତି ଆରମ୍ଭ କରିଛନ୍ତି । 2024 ସାଧାରଣ ନିର୍ବାଚନ ପାଇଁ ବିଜେଡି ତାର ସାଙ୍ଗଠନିକ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ବିଜେପି ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତି କରୁଛି ।

LEAVE A REPLY

Please enter your comment!
Please enter your name here