ଜାଲ୍ ଡକ୍ୟୁମେଣ୍ଟରେ ନିଯୁକ୍ତି. ଯୋଗ୍ୟତା ଓ ଅଭିଜ୍ଞତା ନଥାଇ ବି ଔଷଧ ନିଗମ ଭଳି ଗୁରୁତ୍ବପୂଣ୍ଣ ସଂସ୍ଥାର ଉଚ୍ଚ ପଦବୀରେ ନିଯୁକ୍ତି. ମାତ୍ର ଏଭଳି ନିଯୁକ୍ତି ସଂପର୍କରେ ସବୁ ଜାଣି ବି କର୍ତ୍ତୃପକ୍ଷ ଅଜଣା. ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି,ଏନେଇ ସମସ୍ତ ତଥ୍ୟ ଲିଖିତ ଆକାରରେ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ବଦଳରେ ଉଚ୍ଚପଦାଧିକାରୀ ଏହାକୁ ଘଣ୍ଟ ଘୋଡାଇ ଜାଲ ଅଧିକାରୀଙ୍କ ପାଇଁ ଅଧିକ ଦରଦୀ ହୋଇପଡିଛନ୍ତି ।

ମିଳିଥିବା ତଥ୍ୟ ଅନୁସାରେ ଔଷଧ ନିଗମ ନିୟମାନୁଯାୟୀ ମ୍ୟାନେଜର ପ୍ରକ୍ବୋରମେଣ୍ଟ ଡ୍ରଗ୍ସ ସର୍ଜିକାଲସଙ୍କର ଅତି କମରେ ୩ ବର୍ଷର ଅଭିଜ୍ଞତା ରହିବା କଥା. ମାତ୍ର ଏହି ପଦବୀରେ ଯେଉଁ ବାବୁଙ୍କୁ ନିଯୁକ୍ତି ଦିଆଯାଇଛି, ତାଙ୍କର ସେମିତି କିଛି ଅଭିଜ୍ଞତା ନଥାଇ ବି ବେନିୟମଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ସେ ପୂର୍ବରୁ ଭିଏସଏସ ମେଡିକାଲ କଲେଜରେ ଚାକିରୀ କରୁଥିଲେ ହେଁ ମନଇଛା ନିୟମ ଭାଙ୍ଗି ନିଗମରେ ସିନିୟର ଫାର୍ମାସିଷ୍ଟ ଭାବେ ଯୋଗଦେଇଥିଲେ ଓ ପରେ ଚାକିରୀ ଛାଡି ପୁଣିଥରେ ଭିଏସଏସ ମେଡିକାଲ କଲେଜରେ ଟେକ୍ନିକାଲ ଆସୋସିଏଟ ଭାବେ ଯୋଗ ଦେଇଥିବା ନଜରକୁ ଆସିଛି । ହେଲେ ସେ ଭିଏସଏସ ମେଡିକାଲ କଲେଜରୁ ଦୁଇ ଦୁଇ ଥର ରିଲିଭ ଅର୍ଡର ଦେଖାଇ ପୁଣି କିପରି ଔଷଧ ନିଗମରେ ମ୍ୟାନେଜର ଡ୍ରଗ୍ସ ଆଣ୍ଡ ସର୍ଜିକାଲ ଭାବରେ ଯୋଗ ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସବୁଠାରୁ ବଡ କଥା ହେଲା ଜଣେ ବ୍ୟକ୍ତି ଏକ ସମୟରେ କିପରି ୨ଟି ଚାକିରୀ କରୁଥିଲେ, ତାହା ମଧ୍ୟ ସନ୍ଦେହ ସୃଷ୍ଟି କରୁଛି ।
ଅନ୍ୟପଟେ ସେ ବର୍ତ୍ତମାନ ନିଗମରେ ଚାକିରୀ କରି ମଧ୍ୟ ଅନ୍ୟାନ୍ୟ ବ୍ୟବସାୟୀଙ୍କ ଠାରୁ ଜୋର ଜବରଦସ୍ତ ବିଭିନ୍ନ କମ୍ପାନୀ ଛଡାଇ ନେଇ ନିଜେ ବ୍ୟବସାୟ କରୁଥିବାର ଦେଖିବାକୁ ମିଳିଛି । ଏବେ ସେ ବିଭିନ୍ନ ଫାର୍ମାସିୟୁିକାଲ କଂପାନୀମାନଙ୍କର ଏଜେଣ୍ଟ ଭାବେ କାର୍ଯ୍ୟକରୁଥିବା ଗୁରୁତର ଅଭିଯୋଗ ଆସିଛି । ତେବେ ଅଭିଜ୍ଞତା ନଥାଇ ନିଯୁକ୍ତି ପଛରେ ମୋଟାଅଙ୍କ କାରବାର ହୋଇଥିବା ଅଭିଯୋଗ ହେଉଛି ।

LEAVE A REPLY

Please enter your comment!
Please enter your name here