ସ୍ମାର୍ଟ ସିଟିରେ ସ୍ମାର୍ଟ ଡ୍ରାଇଭ୍ । ଗାଡିର ବେଗ ନିୟନ୍ତ୍ରଣ କରିବା ପାଇଁ ପରିବହନ ବିଭାଗ ପ୍ରଥମେ ସ୍ପିଡ୍ ଗଭର୍ଣ୍ଣର ଲଗାଇଲା । ଦ୍ରୁତ ବେଗରେ ଯାଉଥିବା ଯାନବାହନକୁ ସ୍ପିଡ ଗଭର୍ଣ୍ଣର ଦ୍ୱାରା ନିୟନ୍ତ୍ରଣ କରାଯାଇପାରିଲା । ଏବେ ଏମିତି ଏକ ସ୍ପିଡ ଗଭର୍ଣ୍ଣର ଲଗାଇବାକୁ ବିଭାଗୀୟ ଅଧିକାରୀମାନେ ଚିନ୍ତା କରୁଛନ୍ତି, ଯେଉଁଥିରେ ଅଧିକ ବେଗରେ ଗାଡି ଚଲାଇଲେ ଗାଡିର ଷ୍ଟାର୍ଟ ଅଟୋମେଟିକ ବନ୍ଦ ହୋଇଯିବ । ଖାଲି ସେତିକି ନୁହେଁ, ବାଇକ ଆରୋହୀଙ୍କୁ ହେଲମେଟ ପିନ୍ଧିବା ପାଇଁ ଟ୍ରାଫିକ ପୁଲିସକୁ କେତେବେଳେ ଜୋରିମାନା ଆଦାୟ କରିବାକୁ ପଡୁଛି ତ ଆଉ କେତେବେଳେ ସଚେତନ କରିବାକୁ ପଡୁଛି । ତଥାପି ବିନା ହେଲମେଟରେ ବାଇକ ଚଲେଇବାକୁ ଅନେକ ପସନ୍ଦ କରନ୍ତି । ଏବେ କିନ୍ତୁ ଆଉ ସେମିତି ହେବନି । ହେଲମେଟ ନ ପିନ୍ଧିଲେ ବାଇକ୍ ଷ୍ଟାର୍ଟ ହେବ ନାହିଁ । ସ୍ମାର୍ଟସିଟିରେ ଏମିତି ବାଇକ ହିଁ ଚାଲିବ । ସେହିପରି ଅଧିକ ଆବଶ୍ୟକ ଠାରୁ ଅଧିକ ଓଜନ ରହିଲେ ବାଇକ୍ ରହିଯିବ । ଏପରିକି ଦୂର୍ଘଟଣା ସମ୍ପର୍କରେ ଆଗୁଆ ସୁଚନା ଦେବା କୌଶଳ ଗାଡିରେ ବ୍ୟବହାର କରିବା ପାଇଁ ବିଭାଗୀୟ ଅଧିକାରୀମାନେ ଚିନ୍ତା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here