ବିବାହିତ ଝିଅଙ୍କୁ ମିଳିପାରିବ ଅନୁକମ୍ପା ମୂଳକ ଚାକିରୀ । କୌଣସି ସରକାରୀ କର୍ମଚାରୀଙ୍କର ଚାକିରୀରେ ଥାଇ ମୃତ୍ୟୁ ଘଟିଲେ ତାଙ୍କ ପଦବୀରେ ତାଙ୍କର ବିବାହିତ ଝିଅଙ୍କୁ ଚାକିରୀ ମିଳିପାରିବ । ଏକ ମାମଲାର ବିଚାର କରି ଓଡିଶା ହାଇକୋର୍ଟ ଏମିତି ଐତିହାସିକ ରାୟ ଦେଇଛନ୍ତି ।
ପୂର୍ବରୁ କେଳବ ପୁଅ ବା ଅବିବାହିତ ଝିଅଙ୍କୁ ଏହି କ୍ଷେତ୍ରରେ ନିଯୁକ୍ତି ମିଳୁଥିଲା । ଏହି କ୍ଷେତ୍ରରେ ଥିବା ସରକାରୀ ପ୍ରତିବନ୍ଧକ ଆଇନ୍ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି । ବିବାହିତ ଝିଅଙ୍କୁ ନିଯୁକ୍ତି ନଦିଆଯିବା ଏକ ମନମୁଖୀ ନିଷ୍ପତ୍ତି । ଏହା ସମ୍ବିଧାନର ଧାରା ୧୪, ୧୫ ଏବଂ ୧୬(୨) ର ଉଲ୍ଲଘଂନ କରୁଛି ବୋଲି ହାଇକୋର୍ଟ କହିବା ସହିତ ଏଭଳି ସରକାରୀ ନୀତିକୁ ରଦ୍ଦ କରିଛନ୍ତି । ଡକ୍ଟର ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ରାୟ ଶୁଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here