ଲୋକଙ୍କ ମନ ମୋହୁଛି ଅଘୋରୀ ନୃତ୍ୟ । ଢେଙ୍କାନାଳ ଲକ୍ଷ୍ମୀ ପୂଜା ଭସାଣିରେ ଅଘୋରୀଙ୍କ ନୃତ୍ୟ ବେଶ୍ ଭାଇରାଲ ହୋଇଥିଲା । ଏହାପରେ କଟକରେ ଆଜି କାଳୀପୂଜା ଭସାଣିରେ ଦେଖିବାକୁ ମିଳିଥିଲା ଅଘୋରୀଙ୍କ ନୃତ୍ୟ । ଶେଖ୍ ବଜାର ପୂଜା କମିଟି ପକ୍ଷରୁ ଆୟୋଜିତ ଅଘୋରୀ ବାବାଙ୍କ ନୃତ୍ୟ ପରିବେଷଣ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଭସ୍ମରେ ତାଣ୍ଡବ କରିଥିଲେ ନୃତ୍ୟଶିଳ୍ପୀ । ଭିନ୍ନ ଭିନ୍ନ ରୂପରେ ତାଣ୍ଡବ କରିଥିଲେ ବାବା ଅଘୋରୀ । ଉତ୍ତରପ୍ରଦେଶରୁ ଆସିଥିବା ୫ ଜଣିଆ ଟିମ୍ ଏହି ଅଘୋରୀ ନୃତ୍ୟ ପରିବେଷଣ କରିଛନ୍ତି । ଭସାଣୀ ଦେଖିବାକୁ ଜମିଥିଲା ଲୋକଙ୍କ ଭିଡ ।

LEAVE A REPLY

Please enter your comment!
Please enter your name here