ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ନୂତନ ଡ୍ରେସକୋଡକୁ ବିରୋଧୀ ବିଜେପି ଓ କଂଗ୍ରେସ ଜୋରଦାର ବିରୋଧ କରିଛନ୍ତି । ବିରୋଧ ପଛରେ ମୁଖ୍ୟ କାରଣ ହେଉଛି, ନୂଆ ୟୁନିଫର୍ମରେ ବିଜେଡି ବ୍ୟବହାର କରୁଥିବା ସବୁଜ ରଙ୍ଗ ରହିଛି । ଆଗକୁ ନିର୍ବାଚନ ଆସୁଥିବାରୁ ଛାତ୍ରଛାତ୍ରୀଙ୍କୁ ଗାଢ ସବୁଜ ରଙ୍ଗର ପୋଷାକ ଦେଇ ସରକାର କି ମେସେଜ ଦେବାତୁ ଚାହୁଁଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ସ୍କୁଲ ୟୁନିଫର୍ମ ପାଇଁ ପ୍ରତିବର୍ଷ କେନ୍ଦ୍ର ସରକାର 240 କୋଟି ଟଙ୍କା ଯୋଗାଇ ଦେଉଥିବା ବେଳେ ରାଜ୍ୟ ସରକାର ନିଜ ଦଳକୁ ସୁହାଇଲା ଭଳି ହଣ୍ଟର ଗ୍ରୀନ ରଙ୍ଗର ୟୁନିଫର୍ମ ଦେଇ ତା ଉପରେ ଆମେ ଗଢିବୁ ନୂଆ ଓଡିଶା ଲେଖିବାକୁ ନିଷ୍ପତ୍ତି ହୋଇଛି । ପୂର୍ବରୁ 5ଟି ମାଧ୍ୟମରେ ସ୍କୁଲ ଗୁଡିକର ରୂପାନ୍ତିରକରଣ କାର୍ଯ୍ୟରେ ସବୁଜ ରଙ୍ଗ ଲାଗିଥିବା ବେଳେ ଏବେ ୟୁନିଫର୍ମର ରଙ୍ଗ ବଦଳାଇବାକୁ ବିରୋଧୀ କମାଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here