ଖୋର୍ଦ୍ଧାରେ ପୂର୍ବତନ ସରପଞ୍ଚତଥା ବିଜେପିର ମଣ୍ଡଳ ସଭାପତିଙ୍କ ହତ୍ୟାକୁ ନେଇ ରାଜନୀତି ଜୋର ଧରିଛି । ହତ୍ୟାକାଣ୍ଡକୁ ନେଇ ବିଜେପି ବିଜେଡି ଆଡକୁ ଆଙ୍ଗୁଳି ଦେଖାଇଥିବାବେଳେ ବିଜେଡି ବିଜେପି ଉପରେ ପାଲଟା ଆରୋପ ଲଗାଇଛି । ବିଜେପି ହିଂସାକାଣ୍ଡକୁ ଉସୁକାଉଛି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି । ୨୦୧୪ ପର୍ଯ୍ୟନ୍ତ ନିର୍ବାଚବେଳେ ହିଂସାକାଣ୍ଡ ଦେଖିବାକୁ ମିଳୁନଥିଲା । ହିଂସାକାଣ୍ଡ କାହିଁକି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ବର୍ତ୍ତମାନ ନିର୍ବାଚନ କମିଶନଙ୍କ ତତ୍ତ୍ୱବଧାନରେ ନିର୍ବାଚନ ପରିଚାଳନା ହେଉଥିବାରୁ ପୋଲିସ ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବୁଲେଟର ଯବାବ ଲୋକେ ବାଲାଟରେ ଦେବେ । ବିଜେପି କର୍ମୀମାନେ ଧର୍ଯ୍ୟ ଧରିବାକୁ ସେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here