ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଆଜି ଦ୍ବିତୀୟ ବିବାହ କରିଛନ୍ତି । ପ୍ରିୟଙ୍କା ଅଗସ୍ତିଙ୍କୁ ସେ ଜୀବନସାଥୀ କରିଛନ୍ତି I ସକାଳେ ତାଙ୍କର ନିର୍ବନ୍ଧ ସରିଥିବା ବେଳେ ଅପରାହ୍ନରେ ବିବାହ ଅନୁଷ୍ଠିତ ହୋଇଥିଲା I ପୁରୀ ପିପିଲି ନିକଟସ୍ଥ ଏକ ଘରୋଇ ରିସର୍ଟରେ ବିବାହ ଉତ୍ସବ ଆୟୋଜନ ହୋଇଥିଲା । ଅଳ୍ପ ଅତିଥିଙ୍କୁ ଏହି ବିବାହ ଉତ୍ସବକୁ ନିମନ୍ତ୍ରଣ କରାଯାଇଥିବା ଜଣାପଡିଛି । ପୂର୍ବରୁ ସେ କଳାହାଣ୍ଡି ଜୟପାଟଣାରେ ବିବାହ କରିଥିଲେ ହେଁ କୌଣସି କାରଣରୁ ସେ ତାଙ୍କୁ ଛାଡପତ୍ର ଦେଇଥିଲେ ।
ଗତ କିଛିଦିନ ଧରି ଦିବ୍ୟଶଙ୍କରଙ୍କ ଦ୍ବିତୀୟ ବିବାହକୁ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଥିଲା । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଦିବ୍ୟଶଙ୍କରଙ୍କ ସଂପୃକ୍ତି ଅଭିଯୋଗ କରି ବିରୋଧୀ ତୁମ୍ବିତୋଫାନ କରିଥିଲେ । ଏହି ଘଟଣା ପରେ ମନ୍ତ୍ରୀମଣ୍ଡଳରୁ ଦିବ୍ୟଶଙ୍କରଙ୍କୁ ବାଦ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here