ଏବେ ସବୁଠୁ ମହଙ୍ଗା ପରିବା ହେଉଛି ପିଆଜ । କିଲୋପିଛା ପିଆଜ ୮୦ ଛୁଇଁଲାଣି । ଆଗକୁ ଦର ୧୦୦ ଟପିବ ବୋଲି ବେପାରୀ କହୁଛନ୍ତି । ମାତ୍ର ୪ ମାସ ତଳେ ଯେଉଁ ପିଆଜ ୨୦ ଟଙ୍କାରେ ବଜାରରେ ବିକ୍ରୀ ହେଉଥିଲା ଏବେ ସେଇ ପିଆଜ ୮୦ ଟଙ୍କାରେ ପହଁଞ୍ଚିଛି । ଦୁଇଦିନ ତଳେ ୪୫ରୁ ୫୦ ଟଙ୍କାରେ ପିଆଜ ବିକ୍ରୀ ହେଉଥିବାବେଳେ ଏବେ ସିଦ୍ଧା ଦର ବଢି ୮୦ ରେ ପହଁଞ୍ଚି । ସେପଟେ ପିଆଜର ଏନ୍ତୁଡିଶାଳ ମହାରାଷ୍ଟ୍ର ନାସିକରେ କ୍ୱିଣ୍ଟାଲ ପିଛା ୬ହଜାର ୫ ଶହରୁ ୭୦୦୦ ଟଙ୍କାରେ ବିକ୍ରୀ ହେଉଛି । ଚଳିତବର୍ଷ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ପିଆଜ ଉତ୍ପାଦନରେ ବାଧା ଦେଖାଦେଇଛି । ଖୋଦ୍ ନାସିକରେ ପିଆଜର ଦର ବୃଦ୍ଧି ପାଇବା ପରେ ଆଗାମୀ ଦିନରେ ପିଆଜ କିଲୋପିଛା ଦର ୧୦୦ ଟଙ୍କା ଟପିବ ବୋଲି ଆଶଙ୍କା କରାଯାଉଛି । ସେପଟେ ଆନ୍ଧ୍ର ଏବଂ ପଶ୍ଚିମବଙ୍ଗରେ ପିଆଜ ଉତ୍ପାଦନ ବଢିଲେ ଦର କମିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here