ନାଶିକର ଅରବିନ୍ଦଙ୍କର ଏହି ଭିଡିଓ ଭାଇରାଲ ହେବାପରେ ଏବେ ସମାନ ଚିତ୍ର ଆସିଛି ବାଲେଶ୍ୱର ନୀଳଗିରୀରୁ । ବାପାଙ୍କ ଦେହରେ ଗୋଟିଏ ପରେ ଗୋଟିଏ ଚାମଚ ଖଞ୍ଜି ଚାଲିଛି ଝିଅ । ଏସବୁ ଜିନିଷକୁ ଚୁମ୍ବକ ପରି ଟାଣି ନେଉଛି ଦେହ । ଦେହରୁ ଗୋଟିଏ ଚାମଚ ତଳେ ପଡୁନି । ଇଏ କିଛି ମ୍ୟାଜିକ ଅବା ହାତସଫେଇ ନୁହେଁ । ଦେହରେ ଷ୍ଟିଲ ସାମଗ୍ରୀ ଲଗାଇ ଚାଲିବା ପରେ ବି ସହଜରେ ଖସୁନି ଦେହରୁ । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ମଲ୍ୟାଣୀ ଗାଁର ରାଜେନ୍ଦ୍ର ମହାପାତ୍ରଙ୍କ ପରିବାରରେ ଘଟିଛି ଏମିତି ଘଟଣା । ହଠାତ ଶରୀରରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହେବା ନେଇ ଚିନ୍ତାରେ ଅଛନ୍ତି ରାଜେନ୍ଦ୍ରଙ୍କ ପରିବାର । ତେବେ ଏହା ପୂର୍ବରୁ ମହାରାଷ୍ଟ୍ର ନାସିକରେ ରହୁଥିବା ଅରବିନ୍ଦ ଜଗନ୍ନାଥ ସୋନାକଙ୍କ ଦେହରେ ଏଭଳି ଚୁମ୍ବକୀୟ ଗୁଣ ସୃଷ୍ଟି ହୋଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କରୋନା ଭାକ୍ସିନ ଦ୍ୱିତୀୟ ଡୋଜ ନେବା ପରେ ତାଙ୍କ ଶରୀରରେ ଏଭଳି ଅଦ୍ଭୁତ ପରିବର୍ତ୍ତନ ହୋଇଥିବା କଥା ଅରବିନ୍ଦ କହିଥିଲେ । ମାତ୍ର ଡାକ୍ତର ଏଭଳି ଯୁକ୍ତିକୁ ଗ୍ରହଣ କରିନାହିଁ । କିନ୍ତୁ ବାଲେଶ୍ୱର ନୀଳଗିରିର ରାଜେନ୍ଦ୍ରଙ୍କ ପରିବାରର ଏହି ଦୃଶ୍ୟ ଯେତିକି ଆଶ୍ଚର୍ଯ୍ୟଜନକ, ସେତିକି ଚିନ୍ତାଜନକ । ଗତ ଅପ୍ରେଲ ୨୬ ତାରିଖରେ ସେ ଓ ତାଙ୍କ ପରିବାରର ଚାରିଜଣ ସଦସ୍ୟ ଦ୍ୱିତୀୟ ଡୋଜ୍ ଟିକା ନେଇଥିଲେ । ତେଣୁ ଏହା ପଛରେ କରୋନା ଟିକାର ପ୍ରଭାବ ରହିଥିବା ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି । କିନ୍ତୁ କେବଳ ରାଜେନ୍ଦ୍ର ନୁହେଁ, ତାଙ୍କ ପରିବାରର ଅନ୍ୟ ତିନିଜଣଙ୍କ ପାଖରେ ବି ଏଭଳି ଅଦ୍ଭୁତ ଲକ୍ଷଣ ଦେଖା ଯାଉଛି । ଶରୀରରେ ଚୁମ୍ବକୀୟ ଗୁଣ ସୃଷ୍ଟି ହେବା ପରେ କଣ ଥାଇପାରେ କାରଣ । ଟିକା ନା ଆଉକିଛି, ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ତୁରନ୍ତ ଏ ଦ୍ୱନ୍ଦ୍ୱ ଦୂର କରିବା ଦରକାର

LEAVE A REPLY

Please enter your comment!
Please enter your name here