ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୭ ତାରିଖରେ ଗୁଜୁରାଟର ସୁରଟ ଗସ୍ତରେ ଯାଉଛନ୍ତି । ସେଠାରେ ରହୁଥିବା ପ୍ରବାସୀ ଓଡିଆଙ୍କୁ ସେ ଭେଟିବାର କାର୍ଯ୍ୟକ୍ରମ ରହିଛି । ସୁରଟର ଓଡିଆମାନେ କିଛି ମାସ ତଳେ ନବୀନଙ୍କୁ ଭେଟି ତାଙ୍କୁ ଆମନ୍ତ୍ରଣ କରିଥିଲେ । ମୁଖ୍ୟମନ୍ତ୍ରୀ ସେ ସମୟରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳକୁ ସୁରଟ ପଠାଇଥିଲେ । ପରେ ସେ ନିଜେ ଯାଇ ଓଡିଆଙ୍କୁ ଭେଟିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଓ ସୁରଟକୁ ବିମାନ ଓ ଟ୍ରେନ ଚଳାଚଳ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

LEAVE A REPLY

Please enter your comment!
Please enter your name here