ବ୍ରହ୍ମପୁରର ଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ୱିନୀ ବିବାଦ ମାମଲା । ସୁମିତଙ୍କ ପକ୍ଷରୁ ଦିଆଯାଉଥିବା ମାସିକ ୧୭ ହଜାର ଟଙ୍କାକୁ ହ୍ରାସ କରାଯାଇଛି । ମାସିକ ୧୭ ହଜାର ବଦଳରେ ୧୦ ହଜାର ଦେବାକୁ ନିର୍ଦ୍ଦେଶ । ମାସିକ ୧୦ ହଜାର ଦେବାକୁ ସୁମିତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟତ୍ର ରହଣୀ ବ୍ୟବସ୍ଥା କରାଯାଉଥିବାରୁ ପାରିତୋଷିକ ହ୍ରାସ ଅପିଲ ଥିଲା । ଅପିଲକୁ ଗ୍ରହଣ କରି ମାସିକ ୧୦ ହଜାର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତପସ୍ୱିନୀ ଶାଶୂଘରେ ରହିବେ ବୋଲି କହିଛନ୍ତି କୋର୍ଟ । ତପସ୍ୱିନୀଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ମାନସ ଚାନ୍ଦ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here