ରାଜ୍ୟରେ ଗୋଟିଏ ଦିନରେ ୧୮ ଜିଲ୍ଲାରୁ ନୂଆ ୧୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୨୫ ଓ ୧୩ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା ଅଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି । କଟକରୁ ୧୫, ଖୋର୍ଦ୍ଧାରୁ ୧୩, ସୁନ୍ଦରଗଡରୁ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୧୨, ଭଦ୍ରକରୁ ୧୧, କେନ୍ଦୁଝର ଓ କନ୍ଧମାଳରୁ ୧୦ ଜଣ ଲେଖାଏଁ ସଙ୍କ୍ରମିତ ହୋଇଛନ୍ତି । ପୁରୀରୁ ୭, ଯାଜପୁର ଓ ମୟୂରଭଞ୍ଜରୁ ୬ ଜଣ ଲେଖାଏଁ , ନୟାଗଡ, ଢେଙ୍କାନାଳ ଓ ନୂଆପଡାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । କଳାହାଣ୍ଡି, ୨ , ରାୟଗଡା , ସମ୍ବଲପୁର ଓ ବଲାଙ୍ଗିର ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ସଙ୍କ୍ରମିତଙ୍କ ସଂଖ୍ୟା ୬ ଶହ ପାର୍ କରିଛି । ଜିଲ୍ଲାରେ ୬୩୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ସର୍ବାଧିକ ଆକ୍ଟିଭ କେସ୍ ୨୧୭ ରହିଛି । ଆକ୍ଟିଭ କେସରେ ଦ୍ୱିତୀୟରେ ଖୋର୍ଦ୍ଧା ଓ ତୃତୀୟରେ କଟକ ରହିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦୮୯ ଜଣ ଚିକିତ୍ସିତ ହେଉଥିବାବେଳେ ୧୮୯୪ ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here