ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ଆକ୍ରାନ୍ତ ହୋଇଥିବା ନେଇ ସନ୍ଦେହ କରାଯାଉଛି । ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇବା ପରେ ସେ ଆଜିଠାରୁ ହୋମ ଆଇସୋଲେସନରେ ରହିଛନ୍ତି । ଗତକାଲି ସାମ୍ବାଦିକ ସମ୍ମିଳନୀ ପରେ କେଜ୍ରିୱାଲଙ୍କ ଠାରେ ଜ୍ୱର ଲକ୍ଷଣ ଦେଖାଦେଇଥିଲା । ଏହାସହିତ ତାଙ୍କର ଗଳା ମଧ୍ୟ ସଙ୍କ୍ରମଣ ହୋଇଛି । ତେଣୁ ଆସନ୍ତାକାଲି ତାଙ୍କର କୋଭିଡ ଟେଷ୍ଟ କରାଯିବ । ତେବେ ଆଜିଠାରୁ କେଜ୍ରିୱାଲଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here