ନକ୍ସଲ ଆକ୍ରମଣରେ ମୃତ ମହିଳାଙ୍କ ପରିବାରକୁ ୩୦ ଲକ୍ଷର ସହାୟତା ଘୋଷଣା କରାଯାଇଛି । ଗତକାଲି କନ୍ଧମାଳ ଜିଲ୍ଲାରେ ନକ୍ସଲଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପୋଲିଂ କର୍ମଚାରୀଙ୍କ ପରିବାରକୁ ନିର୍ବାଚନ ଆୟୋଗ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି । କାଲି ମାଓବାଦୀଙ୍କ ଗୁଳିରେ ମହିଳା ପୋଲିଂ କର୍ମଚାରୀ ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଗତକାଲି କନ୍ଧମାଳ ଜିଲ୍ଲାର ଯେଉଁ ସ୍ଥାନରୁ ପୋଲିଂ ପାର୍ଟିର ଗାଡ଼ି ଜାଳି ଦିଆଯାଇଥିବା ଖବର ଆସିଥିଲା, ଆଜି ସକାଳୁ ସଂପୃକ୍ତ କର୍ମଚାରୀମାନେ ସୁରକ୍ଷିତ ଭାବେ ବୁଥ୍‌ରେ ପହଞ୍ଚି ମତ ସଂଗ୍ରହ ଆରମ୍ଭ କରିଥିଲେ। ସେହି ବୁଥ୍‌ରେ ମତଦାନ ସୁରକ୍ଷିତ ଭାବେ ଚାଲିଛି ବୋଲି ସୁରେନ୍ଦ୍ର କୁମାର କହିଛନ୍ତି।

LEAVE A REPLY

Please enter your comment!
Please enter your name here