ସିଲ୍ ହେଲା ରାଜଧାନୀର ଦୁଇଟି ବାର୍ । ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । କୋଭିଡ କଟକଣା ଉଲ୍ଲଘଂନ କରି ବାରରେ ନାଜ, ଗୀତ ମଦର ଆସର ଚାଲିଥିଲା । ଖବର ପାଇ ଚଢାଉ କରିଥିଲେ ବିଏମସି ଅଧିକାରୀ ଏବଂ କମିଶନରେଟ ପୋଲିସ । ଚଢାଉ ବେଳେ ବିଏମସିର ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଏବଂ ପୋଲିସଙ୍କୁ ହଟାହଟା ହେବାକୁ ପଡିଥିଲା । ପ୍ରାୟ ୪୦ ମିନିଟ୍ ଧରି ଲିଫ୍ଟରେ ଅଟକ ରହିଥିଲେ ପୋଲିସ ଅଧିକାରୀ । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ ପରେ ଉଭୟ ବାର ନାଁରେ ମାମଲା ରୁଜୁ ହୋଇଛି । ଗତକିଛିଦିନ ଧରି ଭୁବନେଶ୍ୱରରେ ବିଭିନ୍ନ ବାର ଉପରେ ଚଢାଉ ଜାରି ରହିଛି । ଗତକାଲି ମଧ୍ୟ ୪ଟି ବାରକୁ ସିଲ୍ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here