ନବୀନଙ୍କ ନୂଆ ଟିମ୍ । ୧୩ କ୍ୟାବିନେଟ୍ ଏବଂ ୮ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ୨୧ ମନ୍ତ୍ରୀ ଶପଥ ନେବା ପରେ ବିଭାଗ ବଣ୍ଟନ ବି ହୋଇଛି । ଏହାପରେ ମନ୍ତ୍ରୀମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ନୂଆମନ୍ତ୍ରୀଙ୍କୁ ୬ଟିର ମନ୍ତ୍ର ଦେଇଛନ୍ତି ନବୀନ । ଆଗରୁ ୫ଟି ସହିତ ଯୋଡି ହୋଇଛି ଆଉ ଗୋଟିଏ ଟି । ମୋ ସରକାର କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବାକୁ ଏବଂ ତାର ସମସ୍ୟାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଜେଡିର ନିର୍ବାଚନୀ ଇସ୍ତାହାର ଅନୁସାରେ କାମ କରିବାକୁ କହିଛନ୍ତି । କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ସହିତ କୌଣସି ବିବାଦରେ ନପଡିବାକୁ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here